Fri. Mar 6th, 2026

କରୋନା କାରଣରୁ ଜି୭ ବୈଠକରେ ଯୋଗ ଦେବେନୀ ପ୍ରଧାନମନ୍ତ୍ରୀ, ବ୍ରିଟେନ ଗସ୍ତ ବାତିଲ

384 Views

ନୁଆଦିଲ୍ଲୀ, ମେ୧୨ ; ଆସନ୍ତା ମାସରେ ବ୍ରିଟେନରେ ହେବାକୁ ଥିବା ଜି୭ ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେବେ ନାହିଁ ବୋଲି ବୈଦେଶିକ ମନ୍ତ୍ରଣାଳୟ ମଙ୍ଗଳବାର ଘୋଷଣା କରିଛି । 

ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କ ଦ୍ୱାରା ଜି୭ ଶିଖର ସମ୍ମିଳନୀରେ ଯୋଗଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଥିବାରେୁ ପ୍ରଶଂସା କରୁଥିବାବେଳେ ଦେଶରେ କରୋନା ମହାମାରୀ ସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ବ୍ୟକ୍ତିଗତ ଭାବେ ଏହି ସମ୍ମିଳନୀରେ ଯୋଗଦେବେ ନାହିଁ ବୋଲି ମୁଖପାତ୍ର ଅରିନ୍ଦମ୍ ବାଗଚୀ କହିଛନ୍ତି । 

ବ୍ରିଟେନର ଲଣ୍ଡନରେ ବୈଦେଶିକ ସ୍ତରିୟ ବୈଠକରେ ଯୋଗ ଦେଇ ଫେରିବା ପରେ ଏହି ସେ ଏହି ଘୋଷଣା କରିଛନ୍ତି । ତେବେ ବୈଦେଶିକ ମନ୍ତ୍ରୀଙ୍କ ଏହି ଗସ୍ତ ସମୟରେ ତାଙ୍କର ଦୁଇଜଣ ଅଧିକାରୀ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଥିଲା । 

ବ୍ରିଟେନରେ ହେବାକୁ ଥିବା ଏହି ବୈଠକରେ ଯୋଗ ଦେବା ଲାଗି ଯାଇଥାନ୍ତେ ଯାହା କରୋନା ପରବର୍ତ୍ତୀ ସମୟରେ ଏକ ପ୍ରମୁଖ ଗସ୍ତ ହୋଇଥାନ୍ତା କାରଣ କରୋନା ପରେ ମୋଦି ଦକ୍ଷିଣ ଏସିଆ ବ୍ୟତିତ ଅନ୍ୟ କୌଣଷି ବିଦେଶ ଗସ୍ତ କରି ନାହାନ୍ତି । ଗତ ମାର୍ଚ୍ଚରେ ସେ ବାଙ୍ଗଲାଦେଶର ପଚାଶ ତମ ସ୍ୱଧୀନତା ଦୀବସ ପାଳନ ଅବସରରେ ଯାତ୍ରା କରିଥିଲେ ।

ଏହା ବାଦ ପ୍ରଧାନମନ୍ତ୍ରୀ ମୋଦି ନିକଟରେ ମେ ୮ରେ ଶେଷ ହୋଇଥିବା ଭାରତ- ଇୟୁରୋପ ୟୁନିୟନ ବୈଠକ ପାଇଁ ପର୍ତ୍ତୁଗାଲ ଯିବାକୁ ଥିବା ଏହି ବୈଠକରେ ବର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ । ତେବେ ଏହା ପୁର୍ବରୁ ଭାରତରେ କରୋନାର ଲହରକୁ ଦେଖି ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନ ମଧ୍ୟ ଭାରତ ଗସ୍ତକୁ ବାତିଲ କରି ଦେଇଥିଲେ ।

By amfnews

Related Post