Sun. Mar 8th, 2026

କଟକ ସିଡିଏ ଅଞ୍ଚଳ ଭିତରକୁ ପଶିଲା ହାତୀ

234 Views

କଟକ, ଡିସେମ୍ବର ୨୪ : ଗତକାଲି ରାତିରେ କଟକ ସିଡିଏ ଅଞ୍ଚଳକୁ ହାତୀ ପଶିଆସିଥିବା ନେଇ ଚର୍ଚ୍ଚା। ଗତକାଲି ବିଳମ୍ବିତ ରାତିରେ କେତେକ ଲୋକେ ହାତୀଙ୍କୁ ଦେଖିବା ପରେ ଆଜି ସକାଳୁ ଏ ନେଇ ଲୋକଙ୍କ ଭିତରେ ଛାନିଆ ସୃଷ୍ଟି ହୋଇଛି। ଖବର ପାଇ ପୁଲିସ ଓ ବନବିଭରଗ ଘଟଣାସ୍ଥଳରେ ପହଞ୍ଚି ହାତୀକୁ ଘଉଡ଼ାଇବା ପାଇଁ ଉଦ୍ୟମ ଚଳାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କେତେ ହାତୀ କଟକ ସିିଡିଏ ଅଞ୍ଚଳରେ ପଶିଛନ୍ତି ତାହା ଜଣାଯାଇ ନାହିଁ।ତେବେ ଗତକାଲି ରାତିରେ ସିଡିଏରସେକ୍ଟର ୮ ଓ ସେକ୍ଟର ୯ ଅଞ୍ଚଳରେ ହାତୀ ବୁଲୁଥିବାର ଲୋକେ ଦେଖିଛନ୍ତି। ହାତୀ ରାସ୍ତା ଉପରକୁ ଆସିଯିବା ପରେ ଲୋକଙ୍କ ନଜରେ ପଡ଼ିଥଲା। ପରେ ହାତୀଟି ସେଠାରେ ଥିବା ଏକ ଝାଉଁ ବଗିଚା ଭିତରକୁ ପଶି ଯାଇଥିଲା। ଖବର ପାଇ ବନବିଭାଗ ସହିତ ପୁଲିସ ଆଜି ସକାଳୁ ସେକ୍ଟର -୮ ଓ ସେକ୍ଟର-୯ରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି। ଅପରପକ୍ଷେ ଏହି ହାତୀଟି ସମ୍ଭବତଃ ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ଆସି ସିଡିଏ ଅଞ୍ଚଳରେ ପଶିଥିବା ଆଶଙ୍କା କରାଯାଉଛି।

By amfnews

Related Post