338 Views
ମୁମ୍ବାଇ: ଓଡ଼ିଆ ଝିଅ ତଥା ବଲିଉଡର ଜଣେ ଚର୍ଚିତ ଗାୟିକା ସୋନା ମହାପାତ୍ର ନିଜ ରାଜନୈତିକ ନିରପେକ୍ଷତାକୁ ପ୍ରତିପାଦିତ କରିଛନ୍ତି । ସୋନା କହିଛନ୍ତି, ତାଙ୍କୁ କଂଗ୍ରେସର ନିର୍ବାଚନୀ ଗୀତ ଗାଇବାକୁ ଅଫର ମିଳିଥିଲା। ଏଥିଲାଗି ମୋଟା ଅଙ୍କର ଅର୍ଥ ମିଳିବାକୁ ଥିଲେ ବି ତାହା ସେ ଗାଇ ନାହାନ୍ତି ବୋଲି ଟୁଇଟ୍ କରିଛନ୍ତି। ଜଣେ ଅଣ ରାଜନୈତିକ କଳାକାର ହୋଇଥିବାରୁ କଂଗ୍ରେସ ଦଳର ଗୀତ ଗାଇବା ଉଚିତ ହେବ ନାହିଁ ବୋଲି ସୋନା କହିଛନ୍ତି। ବଡ କଥା ହେଉଛି, ୨୦୧୯ ନିର୍ବାଚନ ପାଇଁ କଂଗ୍ରେସ ଏହାର ଇଲେକ୍ସନ ଆନ୍ଥେମ ଗାଇବା ପାଇଁ ସୋନାଙ୍କୁ ପ୍ରସ୍ତାବ ଦେଇଥିଲା। ମୋଟା ଅଙ୍କର ପାରିତୋଷିକର ଅଫର ଦିଆଯାଇଥିଲେ ବି ସୋନା ଏହାକୁ ମନା କରିଥିଲେ ।
ଏଠାରେ ସୂଚନା ଥାଉ କି ମୁମ୍ବାଇରେ ରହୁଥିବା ସୋନା କଟକରେ ଜନ୍ମ ହୋଇଥିଲେ ଓ ଭୁବନେଶ୍ୱରରେ ଇଂଜିନିୟରିଂ ପଢିଥିଲେ।



Being an apolitical artist I chose not to sing the Congress election anthem despite the fat pay cheque too.