Sun. Mar 8th, 2026

ଓଡ଼ିଶାରେ ‘ପିସି’ ଦେଇ ଦେଇ ଦେଖି ଲୋକେ ପେଷି ହୋଇଗଲେଣି : ପ୍ରଧାନମନ୍ତ୍ରୀ

Paradip refinery is 'Vikas Deep' for Odisha: Narendra Modi. AMF NEWS
Paradip refinery is 'Vikas Deep' for Odisha: Narendra Modi. AMF NEWS
319 Views

ଝାରସୁଗୁଡା : ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ଉଦ୍‌ଘାଟନ ପରେ ଝାରସୁଗୁଡାରେ ଅନୁଷ୍ଠିତ ବିଶାଳ ଜନ ସମାବେଶରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଲୋକଙ୍କ ବିକାଶ ପ୍ରତି ରାଜ୍ୟ ସରକାର ଉଦାସୀନ ରହିଛନ୍ତି। ଯାହା ଫଳରେ ଓଡ଼ିଶା ଦେଶର ଅନ୍ୟ ଭାଗ ତୁଳନାରେ ପଛରେ ପଡ଼ିଯାଇଛି। ଭ୍ରଷ୍ଟାଚାର ଓଡ଼ିଶା ସରକାରଙ୍କ ପରିଚୟ ପାଲଟିଛି। ଏଠାରେ ଲୋକମାନେ ‘ପିସି’(ପରସେଣ୍ଟେ) ଦେଇ ଦେଇ ପେଷି ହୋଇଗଲେଣି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି। ହାତଗୁଞ୍ଜା ନ ଦେଲେ ଓଡ଼ିଶା ସରକାରରେ ଗରିବଙ୍କ କାମ ହେଉ ନାହିଁ।

ଏଭଳି ସ୍ଥିତିରେ ଓଡ଼ିଶାର ପରିବର୍ତ୍ତନ କେମିତି ହେବ ବୋଲି ସାଧାରଣ ସଭାରେ ଲୋକଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି ମୋଦି । ପିସି ପାଇଁ ଓଡ଼ିଶା ଭଳି ରାଜ୍ୟର ବିକାଶ ହୋଇ ପାରୁ ନାହିଁ । ରାଜ୍ୟରେ ଚାଲିଥିବା ଚାରା ଠାରୁ ଆରମ୍ଭ କରି ରାସ୍ତାଘାଟ ପ୍ରକଳ୍ପ ଯାଏଁ ସବୁଠି ପିସି କାରବାର ଚାଲିଛି । ଓଡ଼ିଶାରେ ଭଷ୍ଟ୍ରତନ୍ତ୍ର ଚାଲିଛି ବୋଲି ଅଭିଯୋଗ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କେନ୍ଦ୍ର ସରକାର ଆରମ୍ଭ କରିଥିବା ସ୍ୱାସ୍ଥ୍ୟ ବୀମା ଯୋଜନା ଆୟୁଷ୍ମାନ ଯୋଜନାରେ ଓଡ଼ିଶା ସାମିଲ ହୋଇ ନ ଥିିବାରୁ କ୍ଷୋଭ ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ। କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ବୀମା ଯୋଜନାର ସୀମା ଅଧିକ ହୋଇଥିବାରୁ ଏହା ଲୋକମାନଙ୍କୁ ଅଧିକ ଲାଭ ଦେବ ବୋଲି ସେ କହିଥିଲେ। କେନ୍ଦ୍ର ସରକାରଙ୍କ ବିକାଶମୂଳକ ଯୋଜନାର ଲାଭ ଉଠାଇବାରେ ପଛରେ ପଡ଼ିଯାଇଛନ୍ତି ଓଡ଼ିଶା। ଫଳରେ କେନ୍ଦ୍ର ସରକାରଙ୍କୁ ଅନେକ କ୍ଷେତ୍ରରେ ରାଜ୍ୟକୁ ତାଗିଦ୍‌ କରିବାକୁ ପଡୁଛି। ତେଣୁ ଓଡ଼ିଶାକୁ ପରିବର୍ତ୍ତନର ଆବଶ୍ୟକତା ରହିଛି । କାରଣ ପରିବର୍ତ୍ତନ ହିଁ ଓଡ଼ିଶାକୁ ଆଗକୁ ନେଇ ପାରିବ ବୋଲି ସେ କହିଛନ୍ତି। ମୋଦି ପରୋକ୍ଷରେ ବିଜେପି ସରକାର ଓଡ଼ିଶାରେ ଆଣିବା ପାଇଁ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ।

By amfnews

Related Post