Sun. Nov 17th, 2024

ଓଡ଼ିଶା ସୀମାରେ ଆନ୍ଧ୍ରର ଦାଦାଗିରି

By amfnews Nov 17, 2020 #Featured
148 Views

କୋରାପୁଟ : ସୀମା ବିବାଦକୁ ନେଇ ଓଡ଼ିଶା ଆନ୍ଧ୍ର ମଧ୍ୟରେ ମତ ଭେଦ ବଢି ଚାଲିଛି । ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡିଶାର ଗାଁ ଗୁଡିକ ଉପରେ ଏବେ ଆନ୍ଧ୍ରର ଦାଦାଗିରି ଦିନକୁ ଦିନ ବୃଦ୍ଧି ପାଉଛି ।

ପୂର୍ବରୁ କୋରାପୁଟ ଜିଲ୍ଲାର କୋଟିଆ ପଞ୍ଚାୟତକୁ ନିଜର ବୋଲି ଦାବି କରୁଥିବା ବେଳେ ଏହାକୁ ନେଇ ଓଡ଼ିଶା ଓ ଆନ୍ଧ୍ର ସରକାର ମୁହାଁମୁହିଁ ହୋଇଛନ୍ତି । ଏହାପରେ ଦୁଇ ରାଜ୍ୟ ସରକାରଙ୍କ ପକ୍ଷରୁ ମାପଚୁପ କରାଯିବା ପାଇଁ ନିଷ୍ପତି ହୋଇଥିବା ସତ୍ୱେ ଆନ୍ଧ୍ର ମାପଚୁପ ପୂର୍ବରୁ ସୀମାନ୍ତବର୍ତୀ ଅନ୍ୟ ଗାଁ ଗୁଡିକ ଉପରେ ଆଖି ପକାଇବା ଆରମ୍ଭ କଲାଣି ।

କୋଟିଆ ପରେ ଏବେ କୋରାପୁଟ ପଟାଙ୍ଗୀ ପଞ୍ଚାୟତ ଉପରେ ଆଧିପତ୍ୟ ବିସ୍ତାର କରିବା ପାଇଁ ଷଡଯନ୍ତ୍ର ଚଳାଇଛି ଆନ୍ଧ୍ର । ପଟାଙ୍ଗୀ ପଞ୍ଚାୟତର ବିଭିନ୍ନ ଗାଁ ରେ ଆନ୍ଧ୍ର ଜବରଦସ୍ତ ପୋଖରୀ ଖୋଳୁଥିବାର ଅଭିଯୋଗ ଆଣିଛନ୍ତି ଗ୍ରାମବାସୀ ।

ଏଥିସହିତ ଦୁଇ ସରକାରଙ୍କ ମିଳିତ ଭାବରେ ମାପଚୁପ ବଦଳରେ ଆନ୍ଧ୍ର ରାଜସ୍ୱ ଅଧିକାରୀଙ୍କ ଏକପାଖିଆ ମାପଚୁପ ଗ୍ରହଣୀୟ ନୁହେଁ ବୋଲି ମତ ରଖିଛନ୍ତି କୋରାପୁଟ ଜିଲ୍ଲାପାଳ ଏଥିସହିତ ଆନ୍ଧ୍ରର ଏଭଳି ଦାଦାଗିରିକୁ ତୀବ୍ର ବିରୋଧ କରିଛନ୍ତି କୋରାପୁଟ ଜିଲ୍ଲାପାଳ ମଧୂସୁଦନ ମିଶ୍ର ।

କୌଣସି ମତେ ଆନ୍ଧ୍ରର ବିସ୍ତାରବାଦୀ ନୀତିକୁ ସହ୍ୟ କରାଯିବନି ବୋଲି ମତ ରଖିବା ସହିତ ଆନ୍ଧ୍ର ସରକାରଙ୍କ ଏଭଳି ମନମୁଖୀ ଶାସନ ବିରୋଧରେ ଅଣ୍ଟାଭିଡିଛନ୍ତି କୋରାପୁଟର ଜିଲ୍ଲା ବାସୀ ।

By amfnews

Related Post