Fri. Mar 6th, 2026

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ସୁପରଷ୍ଟାର ସଲମାନ୍‌ କହିଲେ- ପ୍ରଥମ ଥର ଓଡ଼ିଶା ଆସିଛି, ଏଭଳି ଆତିଥେୟତା ଭାବି ନଥିଲି

419 Views

ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ସୁପରଷ୍ଟାର ସଲମାନଙ୍କୁ ଦେଖି ଦର୍ଶକ ଉତ୍ସାହିତ ହୋଇଥିଲେ। ସଲମାନ୍‌ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଫଟୋ ଉଠାଇଛନ୍ତି। ଖୁସିରେ ସଲମାନ କହିଛନ୍ତି, ପ୍ରଥମ ଥର ଓଡ଼ିଶା ଆସିଛି, ଏଭଳି ଆତିଥେୟତା ଭାବି ନଥିଲି। ଏଥି ପାଇଁ ଓଡ଼ିଶାକୁ ଧନ୍ୟବାଦ ଜଣାଉଛି। ସେ କହିଛନ୍ତି ଏଠାକାର ଭାଇ ଚାରା ବହୁତ ଭଲ। ସମସ୍ତେ ଏଭଳି ରହିବା ଉଚିତ। ସବୁଠାରୁ ବଡ଼ କଥା ଯେ, ସଲମାନ ଓଡ଼ିଆରେ ଶ୍ରୀଜଗନ୍ନାଥ କହି ଭାଷଣ ଶେଷ କରିଛନ୍ତି।

ସଲମାନ କଟକର ଦହିବରାକୁ ବହୁ ପ୍ରଶଂସା କରିଛନ୍ତି। ବାରବାଟୀ ଷ୍ଟାଡିୟମ ମଂଚରେ ସେ ୩୫ ହଜାର ଦର୍ଶକଙ୍କ ସମ୍ମୁଖରେ କଟକ ଦହିବରା ଖାଇବା କଥା କହିଛନ୍ତି। ଗରମ ଗରମ ଆଳୁଦମକୁ ଦହିବରାର ମଜା ଯିଏ ଖାଇଛି ସିଏ ଜାଣିଛି।

By amfnews

Related Post