Wed. Nov 27th, 2024

ଓଭରବ୍ରିଜ୍‌ ନିକଟରେ ଶୋଇଥିଲେ, ମାଡ଼ିଗଲା ଅଜଣାଗାଡ଼ି

By amfnews Jul 9, 2019 #Featured
66 Views

ରାୟଗଡ଼ା : ରାୟଗଡ଼ା ସହର ମଧ୍ୟରେ ଥିବା ଓଭରବ୍ରିଜ୍‌ ନିକଟରେ ଶୋଇଥିବା ଦୁଇ ଜଣ ବାଳକଙ୍କ ଉପରକୁ ଏକ ଅଜଣା ଗାଡ଼ି ମାଡି ଯିବାରୁ ସେମାନେ ଗୁରୁତର ହୋଇଛନ୍ତି। ଆହତଦ୍ୱୟ ହେଲେ  ଅର୍ଜୁନ ଶବର(୧୨) ଓ  ଶେଖର ଶବର (୧୪)। ସେମାନଙ୍କ ଘର ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ରେ। ସେମାନେ ଏଠାରେ ତାଙ୍କ ପରିବାର ସହ ଆସି ରଥଯାତ୍ରା ସମୟରେ ବୁଲିବିକି ନିଜର ପରିବାର ପ୍ରତିପୋଷଣ କରିଥାନ୍ତି।

ଗତକାଲି ରାତିରେ ଅର୍ଜୁନ ଓ ଶେଖରଙ୍କ ପରିବାରର  ୫ ଜଣ ଓଭରବ୍ରିଜ୍‌ ନିକଟରେ ଶୋଇଥିଲେ। ଏହି ମସୟରେ ଏକ ଅଜଣା ଗାଡ଼ି ଅର୍ଜୁନ ଓ ଶେଖରଙ୍କ ଗୋଡ ଉପରେ ଚଢ଼ି ଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କ ପରିବାର ଲୋକେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ  ଭର୍ତ୍ତି କରିଥିଲେ। ଏନେଇ ଡାକ୍ତରଖାନା ପକ୍ଷରୁ ପୁଲିସରେ ଖବର ଦିଆଯାଇଥିବା ଡାକ୍ତର କହିଛନ୍ତି।

By amfnews

Related Post