Sun. Jan 12th, 2025

ଓଡିଶା ଆଦିବାସୀ ଛାତ୍ରୀଙ୍କ ସୁରକ୍ଷା ଦାୟିତ୍ୱ ‘ହରିଦ୍ୱାର’ରେ ! ସେବାଶ୍ରମରେ କ୍ୟାମେରା ଫିଟିଂ ଟେଣ୍ଡରରେ ଫିକ୍ସିଂ !

By amfnews Feb 9, 2019 #Featured
280 Views

ଭୁବନେଶ୍ୱର : ଦାରିଂବାଡିର ଦୁଇଟି ଲଜ୍ଜିତ ଘଟଣା ଚାରିଆଡେ ଚହଳ ସୃଷ୍ଟି କରିବା ସହିତ ରାଜ୍ୟବସୀଙ୍କ ମୁଣ୍ଡ ତଳକୁ କରିଦେଇଥିଲା । ଜଣେ ଅଷ୍ଟମଶ୍ରେଣୀ ଆଦିବାସୀ ଛାତ୍ରୀ ମାଆ ହେବା ଘଟଣାକୁ କେନ୍ଦ୍ରକରି ବିରୋଧୀ ଦଳ, ସରକାରଙ୍କୁ ଘେରିଲେ । ସରକାର ଏ ପ୍ରସଙ୍ଗରେ ଚାରିଆଡୁ ସମାଲୋଚନାର ଶୀକାର ମଧ୍ୟ ହେଲେ । ଏଭଳି ଘଟଣାର ପୁନରାବୃତ୍ତି ଯେଭଳି ନଘଟିବ, ସେଥିପାଇଁ ସରକାର ସମସ୍ତ ସେବାଶ୍ରମ ସ୍କୁଲ ଓ ହଷ୍ଟେଲ୍ଗୁଡିକରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ପଦକ୍ଷେପ ନେଲେ । ପରବର୍ତ୍ତୀ ସମୟରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ଯେଉଁ ଟେଣ୍ଡର ଡକାଯାଇଥିଲା ଏଥିରେ ଅନିୟମିତତାର ଅଭିଯୋଗ ଆସିଲା ।

ଟେଣ୍ଡର ଆବେଦନ କରିଥିବା ମୋଟ ୬ଟି ଏଜେନ୍ସି ମଧ୍ୟରୁ ୩ଟିର ମୂଖ୍ୟ କାର୍ଯ୍ୟାଳୟ ସମାନ ଠିକଣା ହରିଦ୍ୱାର ରହିଛି । ଏହି ୩ଟି ଏଜେନ୍ସି ମଧ୍ୟରୁ ଗୋଟିକୁ ଚୟନ କରାଯାଇଥିବା ଜଣାପଡିଛି । କେବଳ ସେତିକି ନୁହେଁ, ଉକ୍ତ ଏଜେନ୍ସିର ଦକ୍ଷତାକୁ ଦୃଷ୍ଟିରେ ରଖି ଟେଣ୍ଡର ପ୍ରକ୍ରିୟାକରଣ କରାଯିବା ସହିତ ଏଜେନ୍ସିକୁ ଅହେତୁକ ଅନୁକମ୍ପା ଦେଖାଯାଇଥିବା ଭଳି ଅଭିଯୋଗ ମଧ୍ୟ ଆସିଛି । ଯେଉଁ ଏଜେନ୍ସିକୁ ଟେଣ୍ଡର ଦେବାନେଇ ମନ୍ତ୍ରଣା ଚାଲିଛି ତାହା ନିର୍ଦ୍ଦିଷ୍ଟ ମାନଦଣ୍ଡ ପୂରଣ କରୁନାହିଁ । କିନ୍ତୁ ସେହି ଏଜେନ୍ସିକୁ ଅନ୍ୟ ଏକ ଅରିଜିନାଲ୍ ଇକ୍ୟୁପ୍ମେଣ୍ଟ ମେନୁଫାକ୍ଚରର୍ ବା ମୂଳ ଉପକରଣ ନିର୍ମାତା ଭାବେ ଯୋଗ୍ୟ ବିବେଚିତ କରି ସେହି ଏଜେନ୍ସିକୁ ଟେଣ୍ଡର ଦେବା ନିମନ୍ତେ ଗଳାବାଟ କରାଯାଉଛି ।

ଅନ୍ୟ ପକ୍ଷେ ଯେଉଁ ସବୁ ମାନଦଣ୍ଡ ରଖାଯାଇଛି ତାହା କେବଳ ଗୋଟିଏ ମାତ୍ର କମ୍ପାନୀ ବା ମୂଳ ଉପକରଣ ନିର୍ମାତା ହିଁ ପୂରଣ କରିପାରୁଛି । ୭କୋଟି ଟଙ୍କାର ଟେଣ୍ଡର ପାଇଁ ମାତ୍ର ୫୯୦୦ ଟଙ୍କା ଆବେଦନ ଫି (ଏର୍ନେଷ୍ଟ ମନି ଡିପୋଜିଟ୍) ରଖାଯାଇଥିବା ଆଉ ଏକ ସନ୍ଦେହର ବିଷୟ । ଏଭଳି ସ୍ଥିତିରେ ଉକ୍ତ ନିର୍ମାତା – ‘ସ୍ପର୍ଶ’କମ୍ପାନୀ ସହିତ ଟେଣ୍ଡର ପ୍ରକ୍ରିୟାରେ ପ୍ରତିଯୋଗିତା କଲାଭଳି ଅନ୍ୟ କୌଣସି ଦ୍ୱିତୀୟ କମ୍ପାନୀ ନଥିବା ସୂଚନା ମିଳିଛି । ଏହି ସମସ୍ତ ଅନିୟମିତତା ସେହି ନିର୍ଦ୍ଦିଷ୍ଟ କମ୍ପାନୀକୁ ସୁହାଇଲା ଭଳି କରାଯାଇଛି ବୋଲି ଅନୁମାନ କରାଯାଉଛି । ଏହି ପ୍ରକ୍ରିୟାରେ ଉଚ୍ଚ କତୃପକ୍ଷଙ୍କ ଟେଣ୍ଡର ପ୍ରକ୍ରିୟା, ମାନଦଣ୍ଡ ଚୟନ ଏବଂ ଅତ୍ୟ ଏଜେନ୍ସିମାନଙ୍କୁ ଏଥିରୁ ବାଦ୍ ଦିଆଯିବା ମନ୍ତ୍ରଣା ଜଳ ଜଳ ହୋଇ ଦେଖାଯାଉଛି ।

ଓଡିଶା ସରକାରଙ୍କ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ବିଭାଗ ଅଧିନରେ ଥିବା ସମସ୍ତ ସେବାଶ୍ରମ ସ୍କୁଲ ଓ ହଷ୍ଟେଲ୍ଗୁଡିକରେ ୩ବର୍ଷ ପାଇଁ ୧ହଜାର ସିସିଟିଭି କ୍ୟାମେରା ଲଗାଇବା ସହିତ ଏହାର ରକ୍ଷଣାବେକ୍ଷଣ ପାଇଁ ଟେଣ୍ଡର ଡକାଯାଇଥିଲା । ଓଡିଶା ରାଜ୍ୟ ପୁଲିସ୍ ଗୃହ କଲ୍ୟାଣ ନିଗମ ତରଫରୁ ଏ ନେଇ ଜାନୁଆରୀ ୧୦ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଆବେଦନ ନିମିତ୍ତ ଥିବା ପ୍ରମୁଖ ସର୍ତ୍ତାବଳୀଗୁଡିକୁ ନେଇ ନେଇ ଦ୍ୱନ୍ଦ ଉପୁଯିଥିଲା । ସର୍ତ୍ତ ମଧ୍ୟରେ ଗୋଡିଏ ଥିଲା ଆବେଦନକାରୀ ୩ବର୍ଷ ମଧ୍ୟରେ ଅନ୍ୟୁନ ୩୦ କୋଟି ଟଙ୍କାର କାମ କରିଥିବେ ।

By amfnews

Related Post