Sat. Mar 7th, 2026

ଏହି ନାୟକଙ୍କୁ ଡେଟ୍ କରୁଛନ୍ତି କିଆରା ଆଡ୍‌ଭାନି

204 Views

ମୁମ୍ବାଇ: ବ୍ଲକବଷ୍ଟର ସିନେମା ‘କବୀର ସିଂହ’ ଫେମ୍ ନାୟିକା କିଆରା ଆଡ୍‌ଭାନି ରିଲ୍‌ରେ ତ ଶାହିଦ୍‌ କପୁରଙ୍କ ସହିତ ରୋମାନ୍ସ କରିଲେ,ହେଲେ ରିଅଲ୍‌ ଲାଇଫ୍‌ରେ ସେ କାହାର ଗର୍ଲ ଫ୍ରେଣ୍ଡ ତାହା ଜାଣନ୍ତି କି? ବଲିଉଡରେ ଜୋରସୋରରେ ଚର୍ଚ୍ଚା ହେଉଛି ଯେ କିଆରା ଆଡଭାନି ‘ଦ ଷ୍ଟୁଡେଣ୍ଟ ଅଫ୍‌ ଦି ଇଅର’ ଫେମ୍‌ ସିଦ୍ଧାର୍ଥ ମାଲ୍‌ହୋତ୍ରାଙ୍କୁ ଡେଟ୍‌ କରୁଛନ୍ତି। ସିଦ୍ଧାର୍ଥ ପୂର୍ବରୁ ଆଲିଆ ଭଟ୍ଟଙ୍କ ସହ ରିଲେସନସିପ୍‌ରେ ଥିଲେ। ଏ ଦୁହେଁ ପାଖାପାଖି ଦୁଇ ବର୍ଷ ଧରି ଲିଭ ଇନ୍‌ରେ ରହିଥିଲେ। ହେଲେ ପରେ ଉଭୟଙ୍କର ବ୍ରେକ୍‌ ଅପ୍‌ ହୋଇଥିଲା। ଏହାପରେ ସିଦ୍ଧାର୍ଥ ମାଲହୋତ୍ରା ବଲିଉଡର ଅନ୍ୟତମ ଗ୍ଲାମରସ୍‌ ହିରୋଇନ୍‌ ଜାକଲିନ୍‌ ଫର୍ଣ୍ଣାଡିଜ୍‌ଙ୍କୁ ଡେଟ୍‌ କରିଥିଲେ।ଏ ଦୁହିଁଙ୍କର ପ୍ରେମ ସଂପର୍କ ବି ବେଶୀ ଦିନ ତିଷ୍ଠି ନଥିଲା।

ସିଦ୍ଧାର୍ଥ ଓ କିଆରା ପ୍ରାୟ ବର୍ଷେ ହେବ ପରସ୍ପରକୁ ଡେଟ୍‌ କରୁଥିବାର ଚର୍ଚ୍ଚା ହେଉଛି। ହେଲେ ଏ ଦୁହିଁଙ୍କର ପ୍ରେମ କାହାଣୀ ଆଗକୁ ବ୍ରେକ୍‌ଅପ୍‌ର ରୂପ ନେଉଛି କି ସେ ଦୁହେଁ ବିବାହ କରୁଛନ୍ତି, ତାହା ସମୟ କହିବ।

By amfnews

Related Post