Mon. Dec 23rd, 2024

ଏସ୍ଟିପିଆଇଙ୍କ ସନ୍ଦେହଜନକ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି

rklsanchar@gmail.com' By J.N. Pradhan Jul 8, 2018 #Featured
206 Views

ରାଉରକେଲା, ୮/୭: ସେକ୍ଟର-୫ସ୍ଥିତ ଏସ୍ଟିପିଆଇରେ କାର୍ଯ୍ୟରତ ଜଣେ କର୍ମଚାରୀଙ୍କ ଆକସ୍ମିତ ମୃତ୍ୟୁ ହୋଇଯାଇଛି । ଏସ୍ଟିପିଆଇ କର୍ତ୍ତୃପକ୍ଷଙ୍କଠାରୁ କ୍ଷତିପୂରଣ ଦାବି କରି ପରିବାର ଲୋକେ ସେକ୍ଟର-୮ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଛେଣ୍ଡ କଲୋନୀସ୍ଥିତ ଏମ୍ଆଇଜି-୨ବି/୨୦୩ରେ ସୁଭାଷ ଚନ୍ଦ୍ର ଗୌଡ଼ (୪୯) ପରିବାର ସହିତ ରହୁଥିଲେ । ସୁଭାଷ ସେକ୍ଟର-୫ ସ୍ଥିତ ଏସ୍ଟିପିଆଇରେ କାମ କରନ୍ତି ।

ଗତକାଲି ସକାଳ ୬ଟାରେ ସୁଭାଷ ଡ୍ୟୁଟି ଚାଲି ଯାଇଥିଲେ । ସକାଳ ସାଢ଼େ ୮ଟା ବେଳେ ସୁଭାଷଙ୍କ ଦେହ ଖରାପ ଥିବା ବଡ଼ ଭାଇ ସତ୍ୟବାଦୀ ଗୌଡ଼ଙ୍କୁ ଫୋନ୍ କରି ଏସ୍ଟିପିଆଇର ଜଣେ କର୍ମଚାରୀ ସୂଚନା ଦେଇଥିଲେ । ଖବର ପାଇ ସତ୍ୟବାଦୀ ଆଇଜିଏଚ୍ରେ ପହଞ୍ôଚଥିଲେ । କିନ୍ତୁ ସେତେବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁଁ ସୁବାଷଙ୍କ ମୃତ୍ୟୁ ହୋଇଥିବା ତାଙ୍କ ଭାଇ ଥାନାରେ ଅଭିଯୋଗ କରିଛନ୍ତି ।

ଆଜି ସକାଳ ୮ଟା ବେଳେ ତାଙ୍କ ଦେହ ଅସୁସ୍ଥ ହେଲେ ମଧ୍ୟ ବିଳମ୍ବରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ଅଭିଯୋଗ ହୋଇଛି । ଏହା ସହିତ ତାଙ୍କ ପିଏଫ୍ ଓ ଇଏସ୍ଆଇ ଜମାରେ ଅବହେଳା କରାଯାଇଛି । ତାଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀ ଓ ଏକମାତ୍ର ସନ୍ତାନ ବେସାହାର ହୋଇପଡିଛନ୍ତି । ତେଣୁ ତାଙ୍କୁ ଏସ୍ଟିପିଆଇ କର୍ତ୍ତୃପକ୍ଷ କ୍ଷତିପୂରଣ ଯୋଗାଇ ଦେବାକୁ ତାଙ୍କ ପରିବାର ପକ୍ଷରୁ ଦାବି କରାଯାଇଛି ।

Related Post