Tue. Mar 10th, 2026

ଏସାର ପାଇପ୍‌ ଲାଇନ୍‌ କାଟିଲେ ନକ୍ସଲ

380 Views

ମାଲକାନଗିରି, ଜାନୁଆରୀ ୨୧ : ଦୀର୍ଘ ଦିନର ନିରବତା ପରେ ମାଲକାନଗିରିରେ ପୁଣି ନକ୍ସଲଙ୍କ ଉପଦ୍ରବ ଦେଖିବାକୁ ମିଳିଛି। ଗତକାଲି ରାତିରେ ଚିତ୍ରକୋଣ୍ଡାର ସ୍ବାଭିମାନ ଅଞ୍ଚଳରେ ଥିବା ଏସାର କମ୍ପାନିର ପାଇପ୍‌ ଲାଇନ୍‌କୁ କାଟି ଦେଇଥିବା ସୂଚନା ମିଳିଛି। ସ୍ବାଭିମାନ ଅଞ୍ଚଳର ରାଲଗେଡା ନିକଟରେ ଥିବା ଏସାର କଂପାନିର ପାଇପ୍‌ ଲାଇନ୍‌କୁ ନକ୍ସଲ କାଟି ଦେଇଛନ୍ତି। ମାଲକାନଗିରିରେ ନକ୍ସଲ ଦୀର୍ଘ ଦିନ ଧରି କୌଣସି ଅଘଟଣ ଘଟାଇନଥିଲେ। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଏଭଳି ଅଘଟଣ ଘଟାଇ ନିଜର ଉପସ୍ଥିତିକୁ ଜାହିର କରିଛନ୍ତି। ପୁଲିସ ଏହି ଘଟଣାର ତଦନ୍ତ କରୁଥିବା ଜଣାପଡିଛି। ପୂର୍ବରୁ ମଧ୍ୟ ନକ୍ସଲ ଅନେକ ଥର ଏସାର କମ୍ପାନିର ପାଇପ୍‌ ଲାଇନକୁ କାଟି ଦେଇଥିବା ନଜିର ରହିଛି।

By amfnews

Related Post