Sun. Mar 8th, 2026

ଏବେ କେବଳ ପାକ୍‌ଅଧିକୃତ କଶ୍ମୀର ବିଷୟରେ ପାକିସ୍ତାନ ସହ ଆଲୋଚନା କରିବ ଭାରତ

231 Views

ନୂଆଦିଲ୍ଲୀ  : ଆତଙ୍କବାଦୀଙ୍କୁ ସହାୟତା ବନ୍ଦ କଲେ ଯାଇ ପାକିସ୍ତାନ ସହ ଆଲୋଚନା କରାଯିବ ବୋଲି କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଏବେ ଭାରତ କେବଳ ପାକ୍‌ଅଧିକୃତ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବ। ରବିବାର ଦିନ ହରିୟାଣାର କାଲ୍‌କା ହରିୟାଣା ଠାରେ ଜନ ଆଶୀର୍ବାଦ ରାଲିରେ ଉଦ୍‌ବୋଧନ ଦେଇ ସେ କହିଛନ୍ତି ଯେ ଏବେ ଭାରତ କେବଳ ପାକ୍‌ଅଧିକୃତ କଶ୍ମୀର ପ୍ରସଙ୍ଗରେ ଆଲୋଚନା କରିବାକୁ ଆଗ୍ରହୀ।

ସେ କହିଲେ: ଜମ୍ମୁ ଓ କଶ୍ମୀରର ବିକାଶ ଲାଗି ଧାରା ୩୭୦ ଉଚ୍ଛେଦ କରାଯାଇଛି। ଆମ ପଡ଼ୋଶୀ ଅନ୍ତର୍ଜାତୀୟ ସମୁଦାୟଙ୍କ ଦ୍ୱାର ଖଟ ଖଟ କରି କହୁଛି ଭାରତ ଭୁଲ୍‌ କରିଛି। ଯଦି ଆତଙ୍କବାଦକୁ ସମର୍ଥନ ବନ୍ଦ କରେ ତେବେ ଯାଇ ପାକିସ୍ତାନ ସହ କଥାବାର୍ତ୍ତା କରାଯିବ। ଯଦି ଆଲୋଚନା ହୁଏ, ଏବେ କେବଳ ପାକ୍‌ଅଧିକୃତ କଶ୍ମୀର ପ୍ରସଙ୍ଗରେ ହେବ।ସେ ଆହୁରି କହିଲେ, କିଛି ଦିନ ତଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତ ବାଲାକୋଟ୍‌ ଠାରୁ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛି। ଏହାର ଅର୍ଥ ଭାରତ ବାଲାକୋଟ୍‌ରେ ଯାହା କରିଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ତାହା ସ୍ୱୀକାର କରୁଛନ୍ତି।

By amfnews

Related Post