Fri. Mar 6th, 2026

ଏପ୍ରିଲ ୧୮ରେ ଆରମ୍ଭ ହେବାକୁ ଯାଉଛି ଡାକ୍ତରୀ ପିଜି ପ୍ରବେଶିକା

362 Views

ଭୁବନେଶ୍ବର,ଜାନୁଆରୀ ୧୬ : ଚଳିତ ବର୍ଷ ଏପ୍ରିଲ ୧୮ରେ ଡାକ୍ତରୀ ସ୍ନାତକୋତ୍ତର (ପିଜି) ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ନ୍ୟାସନାଲ୍ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ ଫର୍ ପୋଷ୍ଟଗ୍ରାଜୁଏଟ ପରୀକ୍ଷା ଅନୁଷ୍ଠିତ ହେବ ବୋଲି  ନ୍ୟାସନାଲ୍ ବୋର୍ଡ ଅଫ୍ ଏକଜାମିନେସନ(ଏନ୍‌ବିଇ)ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଦେଶରେ ଥିବା ୬,୧୦୨ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ମାଷ୍ଟର ଅଫ୍ ସର୍ଜରୀ (ଏମ୍‌ଏସ୍‌)ରେ ୧୦,୮୨୧, ଡକ୍ଟର ଅଫ୍ ମେଡିସିନ୍ (ଏମ୍‌ଡି)ରେ ୧୯,୯୫୩, ପିଜି ଡି‌ପ୍ଲାମାରେ ୧,୯୭୯ ଏବଂ ଏମ୍‌ଡିଏସ୍‌ରେ ୬୫୦୧ ସିଟ୍ ଉପଲବ୍ଧ ରହିଛି।

ଉପରୋକ୍ତ ସିଟ୍‌ରେ ଏମ୍‌ବିବିଏସ୍ ଡାକ୍ତର ପିଜି ପାଠ ପଢିବା ନିମନ୍ତେ ପ୍ରବେଶିକା ପରୀକ୍ଷା ଦେବେ। ଏମ୍‌ବିବିଏସ୍ ଡାକ୍ତର ଜୁନ୍ ୩୦ ସୁଦ୍ଧା ଇଣ୍ଟର୍ଣ୍ଣସିପ୍ ସମ୍ପୂର୍ଣ୍ଣ କରିଥିବେ ସେହିମାନେ ପରୀକ୍ଷା ଦେବା ପାଇଁ ପଞ୍ଜିକରଣ କରିପାରିବେ ଚଳିତ ବର୍ଷ କମ୍ପ୍ୟୁଟର ବେସ୍ ଟେଷ୍ଟ (ସିବିଟି) ମାଧ୍ୟମରେ ସାଢେ ୩ ଘଣ୍ଟା ପରୀକ୍ଷା କରାଯିବ। 

By amfnews

Related Post