Sat. Mar 7th, 2026

ଏଥର ନିର୍ବାଚନ ଲଢ଼ିବେନି ପ୍ରିୟଙ୍କା, ରାଲିରେ ବି ଦେବେ ନାହିଁ ଭାଷଣ

190 Views

ନୂଆଦିଲ୍ଳୀ: ନିକଟ ଅତୀତରେ ବଡ଼ ଧୁମ୍‌ଧାମର ସହ କଂଗ୍ରେସରେ ଯୋଗ ଦେଇଥିବା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆସନ୍ତା ଲୋକସଭା ନିର୍ବାଚନ ଳଢ଼ିବେ ନାହିଁ ବୋଲି ଜାଣିବାକୁ ମିଳିଛି। କେବଳ ସେତିକି ନୁହେଁ, ପ୍ରିୟଙ୍କା କୌଣସି ପ୍ରକାର ନିର୍ବାଚନ ରାଲିକୁ ମଧ୍ୟ ସମ୍ବୋଧନ କରିବେ ନାହିଁ ବୋଲି ସୂଚନା ରହିଛି। ପ୍ରିୟଙ୍କା କଂଗ୍ରେସର ମହାସଚିବ ଭାବେ ଦଳରେ ଯୋଗ ଦେବା ପରେ କଂଗ୍ରେସ ଅଧ୍ୟକ୍ଷ ତଥା ଭାଇ ରାହୁଲ ଗାନ୍ଧୀଙ୍କ ସହ ଲକ୍ଷ୍ନୌରେ ଏକ ରୋଡ୍‌ ସୋ’ରେ ଯୋଗ ଦେଇଥିଲେ। ମାତ୍ର ସେ ସମୟରେ ପ୍ରିୟଙ୍କା ପଦୁଟିଏ ବି କହିନଥିଲେ। ପ୍ରିୟଙ୍କା ଓ ରାହୁଲଙ୍କ ବ୍ୟତୀତ ଉକ୍ତ ସୋ’ରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ବି ଥିଲେ।

ହସ୍ତଗତ ହୋଇଥିବା ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ପ୍ରିୟଙ୍କା ଆଗକୁ ମଧ୍ୟ ନିଜର ମୁହଁ ଖୋଲିବେ ନାହିଁ। ନିର୍ବାଚନ ସଂପର୍କିତ ସମସ୍ତ କଥା ଭାଇ ରାହୁଲ ହିଁ କରିବେ। ପ୍ରିୟଙ୍କା କେବଳ ପରଦା ପଛରେ ରହି ଉତ୍ତରପ୍ରଦେଶ କଂଗ୍ରେସର ସଂଗଠନାତ୍ମକ ସ୍ଥିତି ମଜବୁତ କରିବେ।

ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଯେ ଉତ୍ତରପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବ। ଉତ୍ତରପ୍ରଦେଶରେ ଭାଇ ରାହୁଲଙ୍କ ପାଇଁ ପ୍ରଚାର କରିବେ ପ୍ରିୟଙ୍କା। ସୂତ୍ରରୁ ଜାଣିବାକୁ ମିଳିଛି ଯେ ଆମେଥି ଓ ବରେଲିଠାରେ ପ୍ରିୟଙ୍କାଙ୍କ ଭାଇ ରାହୁଲ ଓ ମାଆ ସୋନିଆ ଗାନ୍ଧୀ ନିର୍ବାଚନ ଲଢୁଥିବା ହେତୁ ସେ ଏଥର ନିର୍ବାଚନ ଲଢ଼ିବେ ନାହିଁ। ଆହୁରି ବି ଜାଣିବାକୁ ମିଳିଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ବି ଏଥର ନିର୍ବାଚନ ଲଢ଼ିବେ ନାହିଁ।

By amfnews

Related Post