Wed. Jan 22nd, 2025

ଏଣିକି ୪୦୦ ଟଙ୍କାରେ କରୋନା ପରୀକ୍ଷା, ୧ ଘଣ୍ଟାରୁ କମ ସମୟ ମଧ୍ୟରେ ଆସିବ ନମୁନା ରିପୋର୍ଟ

By amfnews Jul 26, 2020 #Featured
233 Views

କୋଲକାତା, ଜୁଲାଇ ୨୬  : ସମଗ୍ର ବିଶ୍ୱ ସମେତ ଭାରତରେ କରୋନା ଭୟ ନିଜର କାୟା ବିସ୍ତାର କରିଛି । ଏଭଳି ସମୟରେ ଖଡ଼ଗପୁରରୁ ଏକ ଆଶ୍ୱସ୍ତିମୂଳକ ଖବର ଆସିଛି । ଦେଶର ପ୍ରତିଷ୍ଠିତ ସଂସ୍ଥା ଆଇଆଇଟି ଖଡ଼ଗପୁର କମ ମୂଲ୍ୟରେ ରାପିଡ ଟେଷ୍ଟ କିଟକୁ ବିକଶିତ କରିଛନ୍ତି । ଏହି କିଟର ମୂଲ୍ୟ ୪୦୦ ଟଙ୍କା । ଏହାକୁ ଟେଷ୍ଟ କରାଯିବା ପରେ ୧ ଘଣ୍ଟା ପରେ ରିପୋର୍ଟ ମିଳିପାରିବ । ଏହି ଟେଷ୍ଟ ରିପୋର୍ଟ ପରେ ସ୍ମାର୍ଟଫୋନରେ ମଧ୍ୟ ଉପଲବ୍ଧ ହେବ ।

ଏହି ପୋଟେବୁଲ ଟେଷ୍ଟ କିଟର ଏକ ଆହୁରି ବଡ଼ ବିଶେଷତା ହେଲା ଯେ, ଏହାକୁ ଯେକୌଣସି ସ୍ଥାନରୁ ପରୀକ୍ଷା କରାଯାଇପାରିବ । କାରଣ ଏହା କୌଣସି ସ୍ୱତନ୍ତ୍ର ପରୀକ୍ଷଶଗାର ଉପକରଣ ବିକଳ୍ପ ରୂପେ କାର୍ଯ୍ୟ କରିଥାଏ । ଅନ୍ୟ ଟେଷ୍ଟ କିଟ ଭଳି ଏହାକୁ ମଧ୍ୟ ବ୍ୟବହାର କରାଯାଇପାରିବ । ଏଥିରେ କେବଳ ପେପର କଟେଜ ପରିବର୍ତ୍ତନ କରିବାର ଆବଶ୍ୟକତା ରହିଛି । ଏହି ପୋର୍ଟେବୁଲ ନନ ଇନଭେସିବ ରାପିଡ ଡିଟେକଶନ ଟେଷ୍ଟ କିଟକୁ କନସେପଟ ଆଇଆଇଟି ଖଡଗପୁର ମେକାନିକାଲ ଇଂଜିନିଂୟରିଂ ବିଭାଗର ପ୍ରୋଫେସର ସୁମନ ଚକ୍ରବର୍ତ୍ତୀ ଏବଂ ଏଠାକାର ସ୍କୁଲ ଅଫ ବାୟୋ ସାଇନ୍ସର ଡାକ୍ତର ଅରିନ୍ଦମ ମଣ୍ଡଳ ପ୍ରସ୍ତୁତ କରିଛନ୍ତି ।

ଡ. ଚକ୍ରବର୍ତ୍ତୀ କହିଛନ୍ତି, ଏବେ ସଂକଟ ସମୟରେ ଯେକୌଣସି ଭିତ୍ତିଭୂମିକୁ ଆଧାର କରାଯିବାର ଆବଶ୍ୟକତା ରହିଛି । ଏବେ କମ ଖର୍ଚ୍ଚରେ ବଡ଼ ଧରଣର ପରୀକ୍ଷା କରିବାର ସୁବିଧା ସୁନିଶ୍ଚିତ କରିବାର ଅଛି ।

By amfnews

Related Post