Sat. Mar 7th, 2026

ଏଠାକୁ କେବଳ କାନ୍ଦିବାଲାଗି ଆସନ୍ତି ଲୋକେ

432 Views

ଆପଣମାନେ ହସିବା ଲାଗି କ୍ଲବ ଥିବା କଥା ଶୁଣିଛନ୍ତି। ଠିକ୍‌ ସେହିପରି ଲାଫ୍‌ଟର ଥେରାପି କଥା ବି ଶୁଣିଥିବେ। କିନ୍ତୁ ଆପଣ କ’ଣ ଜାଣନ୍ତି ଯେ ଏମିତି ଏକ କ୍ଲବ୍‌ ରହିଛି, ଯେଉଁଠାକୁ ଗୁଜୁରାଟର ଲୋକେ ବୁଲିବାକୁ ଯାଆନ୍ତି। ଏମିତି କାହିଁକି ଓ କେଉଁଠି କ୍ଲବ୍‌ ରହିଛି? ଗୁଜୁରାଟର ସୁରଟରେ ଏଭଳି ଏକ କ୍ଲବ୍‌ ରହିଛି, ଯେଉଁଠାକୁ ଲୋକେ କେବଳ କାନ୍ଦିବାକୁ ଆସିଥାନ୍ତି। ସେମାନେ ଜୋରରେ ଚିତ୍କାର କରି କାନ୍ଦିଥାନ୍ତି। କୁହାଯାଏ ଯେ କାନ୍ଦିଲେ ମନର ବୋଝ ହାଲୁକା ହୋଇଥାଏ।

ଏହି କ୍ଲବ୍‌ର ପ୍ରତିଷ୍ଠାତା କହିଛନ୍ତି ନିୟମିତ ଭାବେ କାନ୍ଦିବା ମଧ୍ୟ ଏକ ବ୍ୟାୟାମ। ଏଥିରୁ ଅନେକ ଫାଇଦା ମିଳିଥାଏ। ଯଦି ଜଣେ କାନ୍ଦିବାକୁ ଚାହୁଁଥିବ, ତେବେ ତାକୁ ସେଥିରୁ ନିବୃତ୍ତ କରିବା ଅନୁଚିତ। ବିଶେଷଜ୍ଞଙ୍କ ମତ ଅନୁଯାୟୀ ଆଖି ଲୁହରେ ଏକ ରାସାୟନିକ ଥାଏ, ଯାହାର ନାମ ହେଲା କୋର୍ଟସାଲ। ଏହା ମଣିଷ ଶରୀର ଲାଗି ବିପଜ୍ଜଜନକ। ଏଣୁ ରାସାୟନିକକୁ ବାହାରକୁ ଆଣିବାର ସବୁଠାରୁ ଭଲ ମାଧ୍ୟମ ହେଲା କାନ୍ଦିବା। ଏହା ବାହାରିଗଲେ ମନରେ ଚିନ୍ତା ଭୟ ଓ ଅବସାଦ ଆଦି ଦୂରୀଭୂତ ହୋଇଥାଏ।

By amfnews

Related Post