Sun. Mar 8th, 2026

ଏକ କିଂବା ଏକାଧିକ ଆକାଉଣ୍ଟ୍‌ରୁ ଉଠିଥିବା ଟଙ୍କା ମିଶି ୧ କୋଟିରୁ ଅଧିକ ଟଙ୍କା ହେଲେ ଲାଗୁ ହେବ ୨% ଟିଡିଏସ୍‌

800 Views

ନୂଆଦିଲ୍ଲୀ  : ମୋଟା ଅଙ୍କର ନଗଦ ଟଙ୍କା ଉଠାଣ ଉପରେ ଟିକସ୍‌ ଲାଗୁ ହେବ ବୋଲି ବଜେଟ୍‌ରେ କରାଯାଇଥିବା ଘୋଷଣାକୁ ସରକାର ସଂଶୋଧନ କରି କହିଛନ୍ତି ଯେ ଜଣେ ଏକାଧିକ ଆକାଉଣ୍ଟ୍‌ରୁ ଉଠାଇଥିବା ଟଙ୍କା ମିଶି ଏକ କୋଟିରୁ ଅଧିକ ହୁଏ, ସେ କ୍ଷେତ୍ରରେ ମଧ୍ୟ ୨% ଟିଡିଏସ୍‌ ଲାଗୁ କରାଯିବ।

ଅତି ମୋଟା ଅଙ୍କର ଅର୍ଥରାଶି ଉଠାଣକୁ ନିରୁତ୍ସାହ କରିବାକୁ ଜୁଲାଇ ପାଞ୍ଚ ତାରିଖ ଦିନ ଉପସ୍ଥାପିତ ବଜେଟ୍‌ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ କି, କୌଣସି ଆକାଉଣ୍ଟ୍‌ରୁ ୧ କୋଟିରୁ ଅଧିକ ଟଙ୍କା ଉଠାଣ ଉପରେ ୨% ଟିଡିସ୍‌ ଲାଗୁ କରାଯିବ।

କାଳେ ଏକାଧିକ ଆକାଉଣ୍ଟଧାରୀ ଏହି ସୁବିଧାର ଅପବ୍ୟବହାର କରିବେ ସେହି ଆଶଙ୍କାରେ ଅର୍ଥମନ୍ତ୍ରୀ ଫାଇନାନ୍‌ସ୍‌ ବିଲ୍‌, ୨୦୧୯ରେ ସଂଶୋଧନ କରିଛନ୍ତି। ସଂଶୋଧନ ଅନୁସାରେ, ଜଣେ ଆକାଉଣ୍ଟଧାରୀ ଯଦି ତାଙ୍କର ଏକାଧିକ ଆକାଉଣ୍ଟ୍‌ରୁ ଉଠାଇ ଥିବା ନଗଦ ଅର୍ଥରାଶି ମିଶି ଏକ କୋଟି ଟଙ୍କାରୁ ଅଧିକ ହୁଏ, ସେ କ୍ଷେତ୍ରରେ ବି ୨% ଟିଡିଏସ୍‌ ଲାଗୁ ହେବ।

ଫାଇନାନ୍‌ସ୍‌ ବିଲ୍‌, ୨୦୧୯ ସମେତ ଅନ୍ୟ ୨୮ଟି ବିଲ୍‌କୁ ଅନୁମୋଦିତ କରିଥିବା ଲୋକସଭା ବାଚନିକ ଭୋଟ୍‌ରେ ଏହି ସଂଶୋଧନକୁ ଗୃହୀତ କରିଥିଲା। ଫାଇନାନ୍‌ସ୍‌ ବିଲ୍‌ରେ ଉଲ୍ଲେଖ ଥିବା ‘ଏକ ଆକାଉଣ୍ଟ୍‌’କୁ ବଦଳାଯାଇ ‘ଏକ ବା ଏକାଧିକ ଆକାଉଣ୍ଟ୍‌’ କରାଯାଇଛି।

By amfnews

Related Post