Sat. Mar 7th, 2026

ଉଦ୍ଧାର ହେଲେ ନିଖୋଜ ହୋଇଥିବା ଦୁଇ ନାବାଳିକା

192 Views

ରାୟଗଡ଼ା  : ରାୟଗଡ଼ା ଜିଲ୍ଲାରେ ଗତକାଲି ନିଖୋଜ ହୋଇଥିବା ଦୁଇ ଶିଶୁ ଆଜି ଉଦ୍ଧାର ହୋଇଥିବାର ସୂଚନା ମିଳିଛି। ଉଦ୍ଧାର ହୋଇଥିବା ଦୁଇ ଶିଶୁଙ୍କ ନାମ  ତପସ୍ୱିନୀ ନାଏକ(୯) ( ପିତା ଅବିରା ନାଏକ) ସରିଆ ନାଏକ(୧୧)    (ପିତା ବିଷେକ ନାଏକ)। ସେମାନଙ୍କ ଘର ଟିକିରି ଥାନା ଅନ୍ତର୍ଗତ କାଳିଆପଡା ଗ୍ରାମରେ। ସମ୍ପକୀୟ ମାମୁ କର୍ଣ୍ଣ ନାଏକଙ୍କ ସହ ଟିକିରି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟକୁ ମାଣ୍ଡିଆ କିଣିବା ପାଇଁ ରବିବାର ୩ଟାରେ ଆସିଥିଲେ । ହେଲେ ଗାଁ ରେ ଜଣେ ସମ୍ପର୍କୀୟ ଭାଇ ମାଗୁ ବାଘଙ୍କ ହୃଦଘାତରେ ମୃତ୍ୟୁ ଖବର ପାଇବା ପରେ ଉକ୍ତ ଦୁଇ ଶିଶୁଙ୍କୁ ବସଷ୍ଟାଣ୍ଡରେ ଗାଁକୁ ଯିବାକୁ ଛାଡି ସେ ଟିକିରି ମେଡିକାଲକୁ ଚାଲି ଆସିଥିଲେ ।

ପରିବାର ଲୋକେ ରାତି ଯାଏଁ ଖୋଜ ଖବର ନ ମିଳିବାରୁ ତାପସ୍ୱିନୀଙ୍କ ମା ଦୀପ୍ତି ନାଏକ ସନ୍ଧ୍ୟା ୮ଟାରେ ଟିକିରି ଥାନାରେ ନିରୁଦ୍ଧିଷ୍ଟ ଥିବା ନେଇ ଅଭିଯୋଗ  କରିଥିଲେ । ଏହି  ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଥିଲା। ପରେ ଥାନା କର୍ମଚାରୀ , ଅଞ୍ଚଳର ଯୁବ ବର୍ଗ, ବଣିକ ସଂଘ ରାତି ୧୨ଟା ଯାଏ ଖୋଜାଖୋଜି କରିଥିଲେ।କିନ୍ତୁ ଦୁଇ ଶିଶୁ ବୁଲାବୁଲି କରି ରାୟଗଡ଼ା ବସ ଭାବି ଅଡାଜୋର ନାଇଟ ହଲଟ ବସରେ ଚଢି ସିଧା ୫୫ କିମି ଅଡାଜୋର ଯାଇ ରାତ୍ରିରେ ବସରେ ଶୋଇ ପଡ଼ିଥିଲେ । ପୁଣି ସକାଳେ ସେହି ବସରେ ଟିକିରି  ଆସିଲା ପରେ ଗାଁ ଲୋକଙ୍କ ଦ୍ୱାରା ଉଦ୍ଧାର ହେଇ ବର୍ତ୍ତମାନ ପରିବାର ଲୋକଙ୍କୁ ହସ୍ତାନ୍ତର ହେଇଥିବା ଟିକିରି ଥାନା ଅଧିକାରୀ ସୁଜ୍ଞାନୀ ସାହୁ ପ୍ରକାଶ କରିଛନ୍ତି।

By amfnews

Related Post