Thu. Dec 26th, 2024

ଉତ୍ତରାଖଣ୍ଡ: ଫେବ୍ରୁଆରୀ ୮ରୁ ଖୋଲିବ ସ୍କୁଲ, ପଢ଼ିବାକୁ ଯିବେ ୬ଷ୍ଠରୁ ଦ୍ୱାଦଶ ଶ୍ରେଣୀ ପିଲା

By amfnews Feb 5, 2021 #Featured
248 Views

ଡେରାଡୁନ, ଫେବୃଆରୀ ୦୫ : ଉତ୍ତରାଖଣ୍ଡରେ ଆସନ୍ତା ୮ ତାରିଖରୁ ସ୍କୁଲ ଗୁଡ଼ିକ ଖୋଲିବ । ୬ଷ୍ଠ ଶ୍ରେଣୀ ଠାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପିଲାମାନେ ଅଫଲାଇନରେ ପାଠ ପଢ଼ିବାକୁ ସ୍କୁଲ ଯିବେ । ଏ ନେଇ ରାଜ୍ୟ ସରକାର ନୋଟିସ ଜାରି କରିଛନ୍ତି । ସମସ୍ତ ସ୍କୁଲରେ କୋଭିଡ-୧୯ କଟକଣାକୁ ପାଳନ କରିବା ନେଇ ସରକାରଙ୍କ ପକ୍ଷରୁ ନୋଡାଲ ଅଫିସରମାନଙ୍କୁ ଚିଠିରେ ପରାମର୍ଶ ଦିଆଯାଇଛି । 

ସରକାରଙ୍କ ନୋଟସିରେ ନିର୍ଦ୍ଦେଶ ଦିଆଯାଇଛି ଯେ, ପ୍ରତ୍ୟେକ ସ୍କୁଲରେ ସାମାଜିକ ଦୂରତା, ମାସ୍କ ଓ ସାନିଟାଇଜର ବ୍ୟବସ୍ଥା କରାଯାଉ । ସେହିପରି ସ୍କୁଲକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀମାନେ ସେମାନଙ୍କର ପିତାମାତାଙ୍କ ଠାରୁ ଅନୁମତି ନିଅନ୍ତୁ ।  ସେହିଭଳି ବିଦ୍ୟାଳୟଗୁଡ଼ିକୁ ପରାମର୍ଶ ଦିଆଯାଇଛି ଯେ, ଶ୍ରେଣୀରେ ଅଧିକ ସଂଖ୍ୟାରେ ପିଲା ଥିଲେ, ସେମାନଙ୍କୁ ୨ଟି ସିଫ୍ଟରେ ପାଠ ପଢ଼ାଯାଉ । ପୂର୍ବ ଭଳି ଅନଲାଇନ କ୍ଲାସ ଜାରି ରହିବ । 

ସ୍କୁଲ ଖୋଲିବା ନେଇ ଗତ ଜାନୁଆରୀ ୩୦ ତାରିଖରେ ମୁଖ୍ୟମନ୍ତ୍ରୀ ତ୍ରିଦେବ ସିଂହ ରାୱତଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କୋଭିଡ-୧୯ ମହାମାରୀ ଯୋଗୁଁ ବିଦ୍ୟାଳୟଗୁଡ଼ିକ ଗତ ବର୍ଷ ମାର୍ଚ୍ଚ ପରଠାରୁ ବନ୍ଦ ଥିଲା । ସୂଚନାଯୋଗ୍ୟ, କୋଭିଡ ମହାମାରୀ ଯୋଗୁଁ ଉତ୍ତରାଖଣ୍ଡରେ ୯୩ ହଜାର ୬୨୯ ଜଣ ଲୋକ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ମୋଟ ୧୬୫୫ ଜଣଙ୍କର ମୃତ୍ୟୁ ହୋଇଛି । 

By amfnews

Related Post