Fri. Mar 6th, 2026

ଉତ୍ତର ପ୍ରଦେଶରୁ ବି ନିର୍ବାଚନ ଲଢିବେ ଓବୈସି!

264 Views

ଲକ୍ଷ୍ନୌ: ଅଲଇଣ୍ଡିଆ ମଜଲିସ-ଏ-ଇତ୍ତେହାଦୁଲ୍‌ ମୁସଲିମିନ୍‌ (ଏଆଇଏମ୍‌ଆଇ)ର ଅଧ୍ୟକ୍ଷ ଅସଦୁଦ୍ଦିନ ଓବୈସି ଆଗାମୀ ଲୋକସଭା ନିର୍ବାଚନରେ ହାଇଦ୍ରାବାଦ୍‌ ସମେତ ଉତ୍ତର ପ୍ରଦେଶର ଏକ ଆସନରୁ ପ୍ରାର୍ଥୀ ହୋଇପାରନ୍ତି ବୋଲି କୁହାଯାଉଛି। ଏ ଆଇଏମ୍‌ଆଇ ବୈଠକରେ ଏଭଳି ପ୍ରସ୍ତାବ ଦେଇଥିବା ଜଣାଯାଇଛି। ତେବେ ଓବୈସି ଏ ସଂପର୍କରେ ନିଜର ସ୍ପଷ୍ଟମତ ଏଯାଏଁ ପୋଷଣ କରିନାହାନ୍ତି। ସେ କହିଛନ୍ତି ଯେ ବିଭିନ୍ନ ନେତା ଓ ଜନସାଧାରଣଙ୍କ ସହ କଥା ହେବାପରେ ଏ ସଂପର୍କରେ କୌଣସି ନିଷ୍ପତ୍ତି ନେବେ।

ପାର୍ଟି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଓବୈସି ଉତ୍ତର ପ୍ରଦେଶର ରାମପୁର,ସହାରନପୁର,ଫିରୋଜାବାଦ୍‌ କିମ୍ବା ଆଜମଗଡ ମଧ୍ୟରୁ କୌଣସି ଗୋଟିଏ ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିପାରନ୍ତି। ଏସବୁ ଆସନରୁ ଆଗରୁ କଂଗ୍ରେସ, ଭାଜପା, ସମାଜବାଦୀ ପାର୍ଟି ,ବସପାର ପ୍ରାର୍ଥୀମାନେ ନିର୍ବାଚିତ ହୋଇଛନ୍ତି। ଏହି ନିର୍ବାଚନମଣ୍ଡଳୀଗୁଡ଼ିକ ମୁସଲମାନ ବହୁଳ ହୋଇଥିବା

ଏଆଇଏମ୍‌ଆଇଏମ୍‌ ମୁସଲିମ୍‌ ଭୋଟରମାନଙ୍କୁ ପ୍ରଭାବିତ କରିବ ବୋଲି କୁହାଯାଉଛି। ଏହାଫଳରେ ମେଣ୍ଟ ସବୁଠାରୁ ଅଧିକ କ୍ଷତିଗ୍ରୟସ୍ତ ହେବ ବୋଲି କୁହାଯାଉଛି।ଗତ ବିଧାନସଭା ନିର୍ବାଚନରେ ଏଆଇଏମ୍‌ଆଇଏମ୍‌ ଉତ୍ତର ପ୍ରଦେଶରେ ପ୍ରାର୍ଥୀ ଦେଇଥିଲେ ମଧ୍ୟ ସେଠାରେ ଖାତା ଖୋଲି ପାରି ନଥିଲା।

By amfnews

Related Post