Mon. Dec 23rd, 2024

ଇସ୍ପାତ ସାହିତ୍ୟ ସଂସଦର କର୍ମକର୍ତ୍ତା ନିର୍ବାଚନ ୨୫ରେ

rklsanchar@gmail.com' By J.N. Pradhan Jun 22, 2018 #Featured
214 Views

ରାଉରକେଲା, ୨୨/୬ : ଇସ୍ପାତ ସାହିତ୍ୟ ସଂସଦର ୪୭ତମ ବାର୍ଷିକୋତ୍ସବର ତ୍ରୁଟିବିଚ୍ୟୁତି ଓ ଆଗାମୀ କାର୍ଯ୍ୟକ୍ରମ ତଥା ୨୦୨୧ର ସୁବର୍ଣ୍ଣ ଜୟନ୍ତୀ ପାଳନ ନିମନ୍ତେ ଆଲୋଚନା, ପର୍ଯ୍ୟାଲୋଚନା ଓ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଗତ ୨୦ ତାରିଖ ସନ୍ଧ୍ୟାରେ ସେକ୍ଟର-୭ ସ୍ଥିତ ସଂସଦର କାର୍ଯ୍ୟାଳୟରେ ଅନୁଷ୍ଠିତ ବୈଠକରେ ସଭାପତି ବିଦ୍ୟାଧର ବାରିକ ଅଧ୍ୟକ୍ଷତା କରିଥିଲେ ।

ସଂସଦର ବରିଷ୍ଠ କର୍ମକର୍ତ୍ତା ରଘୁବର ଧଳ, ଦୀପ୍ତି ମହାନ୍ତି, ନିତ୍ୟାନନ୍ଦ ନାୟକ, ନୃସିଂହ ଚରଣ ବିଶ୍ୱାଳ, ପ୍ରବୋଧ ସାମଲ, ସନ୍ତୋଷ ରଥ, ଗୌତମ ଦାସ, ଖଗେନ୍ଦ୍ର ବେହେରା, ବ୍ରଜେନ୍ଦ୍ର ଦାଶ, ରଶ୍ମିତ ସାହାଣୀ, ଉପେନ୍ଦ୍ର ବସ୍ତିଆ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବାର୍ଷିକୋତ୍ସବକୁ ସଫଳତାର ସହକାରେ ଅନୁଷ୍ଠିତ କରିଥିବା ସଂସଦ କର୍ମକର୍ତ୍ତା, ସଦସ୍ୟ-ସଦସ୍ୟା ଓ ଶୁଭେଚ୍ଛୁମାନଙ୍କ ପ୍ରତି କୃତଜ୍ଞତା ଅର୍ପଣ କରାଯାଇଥିଲା ।

ଚଳିତ ମାସ ୨୫ ତାରିଖ ସନ୍ଧ୍ୟା ୬ଟା ୩୦ରେ ସଂସଦର ୨୦୧୮-୨୦ ବର୍ଷ ପାଇଁ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବ । ଏଥିରେ ସମସ୍ତ ସଦସ୍ୟ/ସଦସ୍ୟା ଅଂଶଗ୍ରହଣ ପାଇଁ ସଭାପତି ଶ୍ରୀ ବାରିକ ନିବେଦନ କରିଛନ୍ତି ।

Related Post