Fri. Jan 17th, 2025

ଇଦ୍ ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

By amfnews Aug 12, 2019 #Featured
90 Views

ନୂଆଦିଲ୍ଲୀ  : ଆଜି ପବିତ୍ର ଇଦ୍-ଉଲ୍-ଜୁହା, ଇଦ୍-ଉଲ୍ ଆଧା ବା ବକ୍ରୀ ଇଦ । ସାରା ଦେଶରେ ଏହି ପର୍ବ ଧୁମଧାମରେ ପାଳନ ହେଉଛି। ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କଂଗ୍ରେସ ନେତା ରାହୁଲ ଗାନ୍ଧି ଦେଶବାସୀଙ୍କୁ ଇଦ୍-ଉଲ୍-ଆଦହା ଅବସରରେ ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ବଳିଦାନର ପର୍ବ।

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟୁଇଟ୍ କରି ଇଦ୍-ଉଲ୍-ଜୁହା ଅବସରରେ ଦେଶବାସୀଙ୍କୁ ବିଶେଷ ଭାବରେ ମୁସଲିମ୍ ଭାଇ-ଉଭଣୀ ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଇଦ୍-ଉଲ୍-ଆଧା ପ୍ରେମ, ଭାଇଚାରା ଏବଂ ମାନବ ସେବାର ପ୍ରତୀକ ବୋଲି ବୋଲି ରାଷ୍ଟ୍ରପତି କହିଛନ୍ତି।

President of India

@rashtrapatibhvn

ईद-उल-जुहा के अवसर पर सभी देशवासियों विशेषकर हमारे मुस्लिम भाइयों और बहनों को बधाई और शुभकामनाएं।

ईद-उल-जुहा प्रेम, भाईचारे और मानव सेवा का प्रतीक है।

आइए हम स्वयं को इन सार्वभौमिक जीवन मूल्यों के प्रति समर्पित करें जो हमारी संस्कृति की अमूल्य धरोहर है — राष्ट्रपति कोविन्द

Narendra Modi

@narendramodi

My best wishes on the occasion of Eid al-Adha. I hope it furthers the spirit of peace and happiness in our society. Eid Mubarak!

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଇଦ୍-ଉଲ୍-ଜୁହା ଅବସରରେ ଟୁଇଟ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ପର୍ବ ଆମ ସମାଜରେ ଶାନ୍ତି ଏବଂ ଖୁସି ଆଣିଦେବ ବୋଲି ସେ ଆଶା ରଖିଛନ୍ତି। ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ଟୁଇଟ କରି କହିଛନ୍ତି ଏହି ପର୍ବ ଭାଇଚାରା, ପ୍ରେମ ଏବଂ ଏକତାତୁ ଆଗକୁ ବଢ଼ାଇବ। ରାହୁଲ ଗାନ୍ଧି ମଧ୍ୟ ଟୁଇଟ କରି ଦେଶବାସୀଙ୍କୁ ଏହି ଅବସରରେ ଶୁଭେଚ୍ଛା ଜଣାଇଛନ୍ତି।

By amfnews

Related Post