Sat. Mar 7th, 2026

ଇଟା ବୋଝେଇ ଟ୍ରକ୍‌ ଓଲଟି ଜଣେ ମୃତ; ଚାରିଜଣ ଆହତ

276 Views

କାମାକ୍ଷାନଗର : ଶନିବାର ସକାଳୁ କାମାକ୍ଷାନଗର ଥାନା ଅନ୍ତର୍ଗତ ଜଡ଼ାପାଳ ଛକ ନିକଟରେ ଇଟା ନେଇ ଯାଉଥିବା ଗୋଟାଏ ମିନି ଟ୍ରକ୍‌ ଓଲଟି ପଡ଼ିବା ଯୋଗୁଁ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ୟ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ହେଉଛନ୍ତି ୪୦ ବର୍ଷିୟ ସୁରେଶ ମଲିକ।

ଢେଙ୍କାନାଳ ସଦର ଥାନା ପଞ୍ଚପୁଟିରୁ ଇଟା ନେଇ ମିନି ଟ୍ରକ୍‌ଟି କଙ୍କଡ଼ାହାଡ଼ ଯାଉଥିଲା ବେଳେ କୌଣସି କାରଣରୁ ଚାଳକ ଭାରସାମ୍ୟ ରକ୍ଷା କରି ନ ପାରିବାରୁ ଓଲଟି ପଡ଼ିଥିଲା। ଫଳରେ ଟ୍ରକ୍‌ରେ ଥିବା ଗେଙ୍ଗୁଟିଆ ଗ୍ରାମର ୪୦ ବର୍ଷିୟ ସୁରେଶ ମଲିକ, ୩୨ ବର୍ଷିୟ ପରମା ମଲିକ, ୩୭ ବର୍ଷିୟ ସନ୍ତୋଷ ମଲିକ, ୩୦ ବର୍ଷିୟ ଜିତୁ ମଲିକ ଏବଂ ଟ୍ରକ୍‌ ଚାଳକ ଗୁଣ୍ଡୁଚିପଡ଼ା ଗ୍ରାମର ୩୭ ବର୍ଷିୟ ଛବି ପରିଡ଼ା ଆହତ ହୋଇଥିଲେ।

ଚିକିତ୍ସା ନିମନ୍ତେ ଆହତ ବ୍ୟକ୍ତିମାନଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ସୁରେଶଙ୍କର ମୃତ୍ୟୁ ଘଟିଛି। ଅଧିକ ଚିକିତ୍ସା ନିମନ୍ତେ ଅନ୍ୟ ଆହତ ବ୍ୟକ୍ତିମାନଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି। ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକ୍‌ଟି ରାସ୍ତା ଉପରେ ଓଲଟି ପଡ଼ି ରହିଛି। କାମାକ୍ଷାନଗର ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ କାମାକ୍ଷା ନଗର ମେଡିକାଲ୍‌ରେ ରଖିଛି। ଘଟଣାର ତଦନ୍ତ ଚାଲିଥିବା କଥା ଥାନା ଅଧିକାରୀ ନିରଞ୍ଜନ ସେଠୀ ସୂଚନା ଦେଇଛନ୍ତି।

By amfnews

Related Post