Sat. Jan 25th, 2025

ଆସିଲା ବୁଲେଟ ଟ୍ରେନ୍‌ର ପ୍ରଥମ ଫଟୋ, ଘଣ୍ଟା ପିଛା ଦୌଡିବ ୩୫୦ କିଲୋମିଟର

By amfnews Dec 19, 2020 #Featured
220 Views

ନୂଆଦିଲ୍ଲୀ, ଡିସେମ୍ବର ୧୯ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମହତ୍ୱକାଂକ୍ଷୀ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ ବୁଲେଟ ଟ୍ରେନର ପ୍ରଥମ ଫଟୋ ଶୁକ୍ରବାର ଜାରି ହୋଇଛି । ଭାରତସ୍ଥିତ ଜାପାନ ଦୂତାବାସ ଇ-୫ ସିରିଜର ସିନକାସେନର ଫଟୋ ଜାରି କରି କହିଛି ଯେ, ଏହାକୁ ମୁମ୍ବାଇ-ଅହମଦାବାଦ ମଧ୍ୟରେ ପରିଚାଳନା କରାଯିବ । 

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଜାପାନର ତତ୍କାଳୀନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେ ୨୦୧୭ ସେପ୍ଟେମ୍ବର ୧୪ରେ ୧.୮ ଲକ୍ଷ କୋଟି ଟଙ୍କାର ବୁଲେଟ ପ୍ରକଳ୍ପ ପାଇଁ ଶିଳାନ୍ୟାସ କରିଥିଲେ । ବୁଲେଟ ଟ୍ରେନ ପାଖାପାଖି ୨ ଘଣ୍ଟାରେ ୫୦୮ କିଲୋମିଟର ଦୂର ଯାଇପାରିବ । ୩୫୦ କିଲୋମିଟର ଘଣ୍ଟା ପିଛା ଏହି ଟ୍ରେନ ଦୌଡ଼ିପାରିବ । ବର୍ତ୍ତମାନ ୫୦୮ କିଲୋମିଟର ଯିବା ପାଇଁ ଟ୍ରେନକୁ ୭ ଘଣ୍ଟା ଲାଗୁଛି । ବିମାନରେ ମଧ୍ୟ ପାଖାପାଖି ୧ ଘଣ୍ଟା ଲାଗୁଛି । 

ଭାରତୀୟ ରେଳବାଇକୁ ୫୦୮ କିଲୋମିଟର ଲମ୍ବ ଅହମଦାବାଦ-ମୁମ୍ବାଇ ହାଇସ୍ପିଡ ରେଳ କରିଡର ଲାଗି ଗୁଜୁରାଟ ଓ ମହାରାଷ୍ଟ୍ରରେ ସମସ୍ତ ଅପେକ୍ଷିତ ବନ୍ୟଜନ୍ତୁ, ଉପକୂଳ ଅଚଂଳ ମଂଜୁରୀ ମିଳିସାରିଛି । ଆଶା କରାଯାଉଛି ଯେ, ଏହି ପ୍ରକଳ୍ପ ୨୦୨୩ ପୂର୍ବରୁ ଶେଷ ହୋଇଯିବ ।

By amfnews

Related Post