Fri. Mar 6th, 2026

ଆସନ୍ତାକାଲି ଭୁବନେଶ୍ୱରରେ ପହଞ୍ଚିବ ପବିତ୍ର ଆତ୍ମାଙ୍କ ଅସ୍ଥି କଳସ

362 Views

ଭୁବନେଶ୍ୱର ଅଗଷ୍ଟ ୨୧:

ଆସନ୍ତାକାଲି ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପବିତ୍ର ଅସ୍ଥି କଳସ ଭୁବନେଶ୍ୱରରେ ପହଞ୍ଚିବ। ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ବାଜପେୟୀଙ୍କ ଅସ୍ଥିକଳସକୁ ବିମାନ ଯୋଗେ ଧରି ଆସିବେ। ପ୍ରଥମେ ଏହାକୁ ସାଧାରଣ ଦର୍ଶନ ପାଇଁ ବିଜେପି କାର୍ଯ୍ୟାଳୟରେ ରଖାଯିବ। ଏହା ପରେ ଆସନ୍ତା ୨୩ ତାରିଖ ସକାଳେ ମହୋଦଧିରେ ବିସର୍ଜନ ଲାଗି ପୁରୀ ନିଆଯିବ ବୋଲି ଆଜି ଏକ ପ୍ରେସମିଟରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ଏହି ସୂଚନା ଦେଇଛନ୍ତି।

ଦେଶର ୧୦୦ଟି ନଦୀରେ ବାଜପେୟୀଙ୍କ ଅସ୍ଥି ବିସର୍ଜନ ହେବ । ପୂର୍ବରୁ ବାଜପେୟୀଙ୍କ ଅସ୍ଥିଙ୍କୁ ପବିତ୍ର ଗଙ୍ଗା ନଦୀରେ ବିସର୍ଜନ କରାଯାଇଥିଲା। ହରିଦ୍ୱାରର ହରକି ପେଡ଼ୀ ସ୍ଥିତ ବ୍ରହକୁଣ୍ଡରେ ତାଙ୍କ ପାଳିତା ଝିଅ ନମିତା ଭଟ୍ଟାଚାର୍ୟ୍ୟ ଅସ୍ଥି ବିସର୍ଜନ କରିଥିଲେ ।

By amfnews

Related Post