329 Views
କାଳବୈଶାଖୀ ବର୍ଷା ଯୋଗୁଁ ରାଜ୍ୟରେ ହ୍ରାସ ପାଇଛି ତାପମାତ୍ରା । ଉପକୂଳ ସମେତ ପଶ୍ଚିମ ଓଡିଶାରେ ମଧ୍ୟ ତାତିର ପ୍ରଭାବ କମ୍ ରହିଛି । ପାଣିପାଗ ବିଭାଗ କହିଛି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏପରି ପାଗ ଜାରି ରହିବ । ମାତ୍ର ୧୪ ଠାରୁ ପୁଣି ଥରେ ତାପମାତ୍ରା ବଢ଼ିବ । ଏବେ କିନ୍ତୁ ୫୦ରୁ ୬୦ କିମି ବେଗରେ ପବନ ବହି ରାଜ୍ୟର ବହୁ ସ୍ଥାନରେ ବର୍ଷା ଓ ଘଡଘଡିର ସମ୍ଭାବନା ରହିଛି । ବଜ୍ରପାତର ମଧ୍ୟ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ ।