Sat. Mar 7th, 2026

ଆଲୋକର ପର୍ବ ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦେଶବାସୀଙ୍କୁ ଶୁଭେଚ୍ଛା

327 Views

ନୂଆଦିଲ୍ଲୀ,ନଭେମ୍ବର ୧୪ : ଦୀପାବଳି ଅବସରରେ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ଦୀପ ଜଲାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ଦେଶର ଯବାନମାନେ ଯେଉଁ ଅଦମ୍ୟ ସାହସ ପ୍ରଦର୍ଶନ କରିଆସୁଛନ୍ତି ତାଙ୍କୁ କୃତଜ୍ଞତା ଜଣାଇବା ଲାଗି ଏହି ଦୀପ ଜଳାଇବାକୁ ସେ ନିବେଦନ କରିଛନ୍ତି।

ସେହିପରି ଦୀପାବଳିର ରାଜ୍ୟବସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ, କୋଭିଡ୍ ଦୃଷ୍ଟିରୁ ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଆଣିଦେଉ । ତେବେ ରାଜ୍ୟରେ ଏଥର ଦୀପାବଳିରେ ବାଣ ଫୁଟାଇବା ମନା ହୋଇଛି। କେବଳ ଦୀପ ଲଗାଇ ଲୋକେ ପାଳିବେ ଦୀପାବଳି ।

ପବିତ୍ର କାଳୀପୂଜା ଓ ଦୀପାବଳି ଉପଲକ୍ଷେ ରାଜ୍ୟବାସୀଙ୍କୁ ମୋର ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା। ଚଳିତ ବର୍ଷ କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ସାବଧାନତା ଓ ସତର୍କତା ବଜାୟ ରଖନ୍ତୁ। ଆଲୋକର ପର୍ବ ଦୀପାବଳି ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ

By amfnews

Related Post