ରାଉରକେଲା, ୧୮ା୧୧ : ଆର୍ଏସ୍ପିର ୩ ଜଣ ମହାପ୍ରବନ୍ଧକଙ୍କ ନିର୍ବାହୀ ନିର୍ଦ୍ଦେଶକ ପଦବୀକୁ ପଦୋନ୍ନିତ ହୋଇଛନ୍ତି । ଗୌତମ ବାନାର୍ଜୀ ଆରଏସପି କାର୍ଯ୍ୟ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ଭାବେ ପଦୋନ୍ନତି ଲାଭ କରିଥିବା ବେଳେ ଦିଲ୍ଲୀପ କୁମାର ମହାପାତ୍ର ସାମଗ୍ରୀ ପ୍ରବନ୍ଧନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରୂପେ ପଦୋନ୍ନତି ଲାଭ କରିଛନ୍ତି । କେ. ଭି. ରମଣା ପଦୋନ୍ନତ ଲାଭକରି ନୂଆଦିଲ୍ଲୀ ସ୍ଥିତ କର୍ପୋରେଟ କାର୍ଯ୍ୟାଳୟରେ ପ୍ରକଳ୍ପ ନିର୍ବାହୀ ନିର୍ଦ୍ଦେଶକ ରୂପେ ଅବସ୍ଥାପିତ ହୋଇଛନ୍ତି ।
ଆର୍ଏସ୍ପି ସିଇଓ ଅଶ୍ୱିନୀ କୁମାର ତାଙ୍କ କାର୍ଯ୍ୟାଳୟରେ ଶ୍ରୀ ବାନାର୍ଜୀ ଓ ଶ୍ରୀ ରମଣାଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ । ଏହି ଅବସରରେ କାର୍ମିକ ଓ ପ୍ରଶାସନ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ପି. କେ. ପ୍ରଧାନ ଓ ପ୍ରକଳ୍ପ ବିଭାଗର ନିର୍ବାହୀ ନିର୍ଦ୍ଦେଶକ ରାଜୀବ ଅଗ୍ରୱାଲ ଉପସ୍ଥିତ ଥିଲେ । ଶ୍ରୀ ମହାପାତ୍ର ସହରରେ ନଥିବା ଯୋଗୁଁ ଉକ୍ତ ଉତ୍ସବରେ ଉପସ୍ଥିତ ନଥିଲେ । ସିଇଓ ନୂତନ ରୂପେ ପଦୋନ୍ନତି ଲାଭ କରିଥିବା ନିର୍ବାହୀ ନିର୍ଦ୍ଦେଶକମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇବା ସହିତ କାରଖାନାର ଭବିଷ୍ୟତ ରୂପରେଖ ସମ୍ବନ୍ଧରେ ସେମାନଙ୍କ ସହ ଆଲୋଚନା କରିଥିଲେ ।