Fri. Jan 10th, 2025

ଆମ୍ ଆଦ୍ମୀ ପାର୍ଟିର ପଦଯାତ୍ରା ଓ ଜନସଭା

By amfnews Dec 10, 2018 #Featured
174 Views

ରାଉରକେଲା, ୧୦ା୧୨ : ସୁନ୍ଦରଗଡ଼ ଜିଲାର ସମସ୍ତ ଆଦିବାସୀ ଓ ଗ୍ରାମବାସୀଙ୍କୁ ପେସା ଆଇନ୍ ଅନୁସାର ଗ୍ରାମସଭା ମାଧ୍ୟମରେ ଅଧିକାର ପ୍ରଦାନ କରାଯିବା ପାଇଁ ଆମ୍ ଆଦମୀ ପାର୍ଟି ଜିଲା ଆବାହକ ତଥା ରାଜ୍ୟ ଆଦିବାସୀ ପ୍ରକୋଷ୍ଠ ସଭାପତି ବାସିଲ ଏକ୍କାଙ୍କ ନେତୃତ୍ୱରେ ଏକ ବିଶାଲ ପଦଯାତ୍ରା ସହ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏକ ଜନସଭା ଆୟୋଜନ କରାଯାଇଥିଲା । ଏହି ପଦଯାତ୍ରା ଉଦିତନଗର ସ୍ଥିତ ଫିଟ୍ନେସ ପାର୍କଠାରୁ ବାହାରି ମହତାବ ରୋଡ୍ ଦେଇ ବିର୍ସା ମୁଣ୍ଡା ଷ୍ଟାଡିୟମରେ ପହଞ୍ôଚବା ପରେ ଜନସଭା ଅନୁଷ୍ଠିତ ହୋଇଥିଲା । ବୀରମିତ୍ରପୁର ବିଧାନସଭା ଆବାହକ ବିନୟ କୁଲ୍ଲୁ ଜନସଭାର ପରିଚାଳନା କରିଥିଲେ ।

ପାର୍ଟିର ଅନ୍ୟ ନେତୃବୃନ୍ଦଙ୍କ ମଧ୍ୟରେ ମହିଳା ନେତ୍ରୀ ସପନୀ ମୁଣ୍ଡା, ରଘୁନାଥପଲ୍ଲୀ ବିଧାନସଭା ଆବାହକ ନବୀନ ବାଙ୍କରା, ତଲସରା ବିଧାନସଭା ଆବାହକ ସଂଜିବ ଖାଲ୍କୋ, ସୁନ୍ଦରଗଡ଼ ବିଧାନସଭା ଆବାହକ ଷ୍ଟାନିସଲାସ ଏକ୍କା, ରାଜଗାଙ୍ଗପୁର ବିଧାନସଭା ଆବାହକ ଅଶୋକ ଏକ୍କା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ସୁନ୍ଦରଗଡ଼ବାସୀଙ୍କୁ ରାଜନିତୀରେ ସକ୍ରିୟ ଭୁମିକା ଗ୍ରହଣ ସହ ସୁନ୍ଦରଗଡ଼ ଜିଲ୍ଲାର ବିଭାଜନ କରିବାକୁ ଦିଆଯିବ ନାହିଁ ବୋଲି କହିଥିଲେ । ସୁନ୍ଦରଗଡ଼ ଜିଲ୍ଲାର ଆଦିବାସୀ ଓ ଗ୍ରାମବାସୀମାନଙ୍କୁ ଦିଲ୍ଲୀ ଭଳି ଉନ୍ନତମାନର ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ସେବା, ଭୁମିହୀନଙ୍କୁ ଜମିପଟ୍ଟା, ବିଧବା ଓ ବାର୍ଦ୍ଧକ୍ୟ ଭତ୍ତା ୨୫୦୦/- ଟଙ୍କା, ସର୍ବନିମ୍ନ ଦୈନିକ ମଜୁରୀ ୫୪୦/- ଟଙ୍କା, ବିଜୁଳି ଦର ୨ ଟଙ୍କା ପ୍ରତି ୟୁନିଟ, ଇତ୍ୟାଦି ପ୍ରଦାନ କରାଯିବ ବୋଲି ପାର୍ଟି ରାଜ୍ୟ ସମ୍ପାଦକ ବିନୟ ତିୱାରୀ କହିିଥିଲେ ।

ଏହି ପଦଯାତ୍ରା ଓ ଜନସଭାରେ ଅନ୍ୟମାନଙ୍କ ମଧ୍ୟରେ ସଂଞ୍ଜୀବ ବରୱା, ତିନ୍ତୁସ ଲାକ୍ରା, ଲମ୍ବୋଦର ମହାନ୍ତ, ଭରତ ଚନ୍ଦ୍ର ବାଈ, ଅଂଜଲୀ କୁଲ୍ଲୁ, ବିର୍ସା କିଣ୍ଡୋ, ଏସ.କେ.ସିନ୍ହା, ରମାକାନ୍ତ ନାୟକ, ମନିଷ ରାଉତ, ଗଣେଶ୍ୱର ସାମଲ, ଜେରୋମ ଟେଟେ, ଦନାତୁସ ଏକ୍କା, ନରେନ୍ଦ୍ର କଲେତ, ଚୁମି କଲେତ, ରୀମା ଲାକ୍ରା, ସରିତା ଏକ୍କା, କ୍ଲାରା ଲାକ୍ରା, ମାରିୟାନୁସ ଡୁଙ୍ଗଡୁଙ୍ଗ, ମାଥିୟାସ ପୂର୍ତ୍ତୀ, ମାଧୁରି କୁଲ୍ଲୁ, ଶଙ୍କର ମିଞ୍ଜ, ପ୍ରବୀନ କୁଜୁର, ମନୋଜ ଏକ୍କା, ରୋନିତ ଏକ୍କା, ଅଙ୍କିତ କିଣ୍ଡୋ, ସୁଜିତ ବାଘ୍ର, ଜଷ୍ଟିନ ମିଞ୍ଜ, ସିଓନ ବାରା, ଜାଭିୟାର କୁଲ୍ଲୁ, ରଂଜିତ ଏକ୍କା, ମିଟୁ ଭୁୟାଁ, ପୁଷ୍ପେନ୍ଦ୍ର ପୁର୍ତ୍ତୀ, ସୁରେଶ ଲୁଗୁନ, ଜୀବନ ବିକାଶ ଡୁଙ୍ଗଡୁଙ୍ଗଙ୍କ ସମେତ ବହୁ ସଂଖ୍ୟାରେ ଆଦିବାସୀ ଓ ଗ୍ରାମବାସୀମାନେ ଅଂଶ ଗ୍ରହଣ କରିଥିଲେ ।

By amfnews

Related Post