Sun. Jun 8th, 2025

ଆନ୍ନା ହଜାରେ କାହିଁକି ବିବାହ କରିନଥିଲେ, ନିଜେ କଲେ ଖୁଲାସା

By amfnews Jul 31, 2019 #Featured
177 Views

ନୂଆଦିଲ୍ଲୀ: ୮୨ ବର୍ଷୀୟ ସମାଜସେବା ତଥା ଗାନ୍ଧିବାଦୀ ନେତା ଆନ୍ନା ହଜାରେ କାହିଁକି ବିବାହ କରିନାହାନ୍ତି। ଏ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଆସୁଥିବ। ତେବେ ଗତକାଲି ଏହି ପ୍ରଶ୍ନର ଜବାବ ହରିଆନାର ଜିନ୍ଦରେ ଦେଇଛନ୍ତି ଆନ୍ନା। ସେ କହିଛନ୍ତି, ଦେଶଭକ୍ତିରୁ ମିଳୁଥିବା ପ୍ରେରଣା ପାଇଁ ସେ ବିବାହ କରିନଥିଲେ। ସେ ଯଦି ବିବାହ କରିଥାନ୍ତେ ତାହେଲେ ଲୋକଙ୍କ ସେବା କରି ପାରିନଥାନ୍ତେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ଦୁର୍ନୀତି  ବିରୋଧରେ ଲଢେ଼ଇ କରି ସେ ଲୋକଙ୍କ ସେବା କରୁଛନ୍ତି। ତାଙ୍କୁ ଜେଲ୍ ପଠାଇବା ପାଇଁ ଷଡ଼ଯନ୍ତ୍ର ହେଉଥିଲା। ଏବଂ ସେ ଜେଲ୍ ଯିବା ପାଇଁ ମଧ୍ୟ ପ୍ରସ୍ତୁତ ହୋଇଯାଇଥିଲେ। କାରଣ ଲକ୍ଷ ଲକ୍ଷ ଲୋକ ଜେଲ୍ ଯିବା ପରେ ହିଁ ଦେଶକୁ ସ୍ୱାଧୀନତା ମିଳିଥିଲା।

ଶହୀଦ ଭଗତ ସିଂହ ଓ ରାଜଗୁରୁଙ୍କୁ ଯେତେବେଳେ ଫାଶୀ ଖୁଣ୍ଟରେ ଝୁଲାଯାଉଥିଲା। ସେତେବେଳେ ସେ ‘ଇନକିଲାବ୍ ଜିନ୍ଦାବାଦ’ର ନାରା ଦେଇଥିଲେ। ଏହି ନାରା  ତାଙ୍କୁ ପ୍ରେରଣା ଯୋଗାଇଥିଲା ବୋଲି ସେ କହିଛନ୍ତି। ଏଥିସହ କେନ୍ଦ୍ର ସରକାର ନିକଟରେ  ୨୦୦୫ ମସିହା ଆରଟିଆଇ ଆକ୍ଟରେ ଯେଉଁ ସଂଶୋଧନ କରିଛନ୍ତି, ତାକୁ  ବିରୋଧ କରିଛନ୍ତି ଆନ୍ନା ହଜାରେ।

ସୂଚନାଯୋଗ୍ୟ, ହରିଆଣାର ଜିନ୍ଦରେ ଗତକାଲି ଏକ ପାଠାଗାର ଉଦଘାଟନ କରିବାକୁ ଯାଇଥିଲେ। ୩୮ଟି ଗାଁର ଲୋକଙ୍କ ଦ୍ୱାରା ଜିନ୍ଦରେ ଏହି ‘ବହିଘର’ ସ୍ଥାପନ କରାଯାଇଛି।

By amfnews

Related Post