ରାଉରକେଲା, ୧୮ା୧୧ : ରାଉରକେଲା ବନ୍ଧମୁଣ୍ଡା ସ୍ଥିତ ଆଦିବାସୀ କ୍ଲବ ଆନୁକୂଲ୍ୟରେ ଉଜ୍ଜଲା ଯୋଜନା ମାଧ୍ୟମରେ ରନ୍ଧନ ଗ୍ୟାସ ସିଲିଣ୍ଡର ଏସସି ଏବଂ ଏସ୍ଟି ଭଉଣୀମାନଙ୍କୁ ନିଶୁକ୍ଳ ବଣ୍ଟନ କରାଯାଇଛି । ଭାଜପା ରାଜ୍ୟ ସମ୍ପାଦକ ଧିରେନ ୍ ସେନାପତି ମୁଖ୍ୟ ଅତଥି ô ଭାବେ ଯୋଗଦେଇ ମୋଦି ସରକାରଙ୍କ ବଭିନି୍ନ ଯୋଜନା ଉପରେ ଆଲୋଚନା କରିଥିଲେ ।
କ୍ଲବ୍ ସଭାପତି ଋଷଭ ଚନ୍ଦ୍ର କିସାନ, ସିଂହରାଇ ମାଡି, ଭରତ ମାଝି, ଅଧର ସାଣ୍ଡେଲ୍ଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ସଭାପତି ଶ୍ରୀ କିସାନ ମୋଦି ସରକାର ଆଦିବାସୀ ଏବଂ ଦଳିତମାନଙ୍କର ଉନ୍ନତି ପାଇଁ ବହୁ ଯୋଜନା କରୁଛନ୍ତି ଏବଂ ଉଜ୍ଜଲା ଯୋଜନା ଏକ ମହତ୍ୱପୂର୍ଣ୍ଣ ଯୋଜନା ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ୫୦ରୁ ଉଦ୍ଧ୍ୱର୍ ଗୃହିଣୀମାନଙ୍କୁ ଗ୍ୟାସ ବଣ୍ଟନ କରାଯାଇଥିଲା ।
ଅଜୟ କଂସାରୀ ଓ ସୂର୍ଯ୍ୟ ସାହୁ ଜନସମ୍ପର୍କ ଅଭିଯାନ ମାଧ୍ୟମରେ ହିତାଧିକାରୀଙ୍କୁ ଗ୍ୟାସ ଯୋଗାଇ ଦେବାରେ ସହଯୋଗ କରିଥିଲେ । ଭାଜପା ଜିଲା ସଭାପତି ତପନ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭାଜପାର ବରିଷ୍ଠ ନେତା ଅଶୋକ ହାଲୱାଇ, ଲୀନା ନାଇଡୁ, ଭାରତୀ ସିଂହ, ଜୟକରଣ ଖାଲ୍ଖୋ, ଯୁବମୋର୍ଚ୍ଚ ସଭାପତି ଆଇ. ରାଜା ପ୍ରଭୃତି ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନ କରିବାରେ ସହାୟତା କରିଥିଲେ ।