Wed. Mar 11th, 2026

ଆଠଗଡ଼: କୁଣ୍ଡଳୀ ଜଙ୍ଗଲରୁ ମୃତ କଲରାପତ୍ରିଆ ଉଦ୍ଧାର

226 Views

କଟକ : ସୋମବାର ସକାଳେ ଆଠଗଡ଼ ରେଞ୍ଜ୍‌ ଅନ୍ତର୍ଗତ ତିଗିରିଆର ହରିଡ଼ାପଶି ଅଞ୍ଚଳର କୁଣ୍ଡଳୀ ଜଙ୍ଗଲରୁ ଗୋଟାଏ ମୃତ କଲରାପତ୍ରିଆକୁ ଅଣାଯାଇ ତିଗିରିଆ ଫରେଷ୍ଟ୍‌ ଅଫିସ୍‌ରେ ରଖାଯାଇଛି।

ଶୁଣିବାକୁ ମିଳୁଛି, ଗତକାଲି ବନବିଭାଗ କର୍ମଚାରୀମାନେ ସେ ମୃତ କଲରାପତ୍ରିଆକୁ ଦେଖି ତୁରନ୍ତ ବଣରେ ପୋତି ପକାଇଥିଲେ। କ୍ରମେ କଥା ପ୍ରଘଟ ହୋଇ ଲୋକେ ପାଟିତୁଣ୍ଡ କରିବାରୁ ଆଜି ବନ ବିଭାଗ କର୍ମଚାରୀମାନେ ସେ ସ୍ଥାନକୁ ଖୋଳି ମୃତ କଲରାପତ୍ରିଆକୁ ବାହାର କରି ବନ ବିଭାଗ କାର୍ଯ୍ୟାଳୟକୁ ଆଣିଛନ୍ତି। କୁହାଯାଉଛି ଯେ ବିଜୁଳି ତାର ଲଗାଇ ଶିକାରୀମାନେ ସେ କଲରାପତ୍ରିଆକୁ ମାରିଛନ୍ତି। କଲରାପତ୍ରିଆ କାହିଁକି ମଲା, ତାହା ବ୍ୟବଚ୍ଛେଦ ପରେ ଜଣାପଡ଼ିବ। ଡିଏଫ୍‌ଓ ସସ୍ମିତା ଲେଙ୍କା ତିଗିରିଆ ଫରେଷ୍ଟ୍‍ ଅଫିସ୍‌ରେ ପହଞ୍ଚିଛନ୍ତି। ଘଟଣା ସଂକ୍ରାନ୍ତରେ ତଦନ୍ତ କରାଯିବ ବୋଲି ବନ ବିଭାଗ ସୂଚନା ଦେଇଛି।

By amfnews

Related Post