Tue. Dec 24th, 2024
253 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୪ : କରୋନା ସଂକଟ କାରଣରୁ ଦୀର୍ଘ ୫ ମାସ ହେବ ବନ୍ଦ ଥିବା ଜିମ ଓ ଯୋଗକେନ୍ଦ୍ର ପୁଣି ଥରେ ଖୋଲିବାକୁ ଦିଲ୍ଲୀ ସରକାର ଅନୁମତି ପ୍ରଦାନ କରିଛନ୍ତି । ଆଜି ଅର୍ଥାତ ସୋମବାର ଠାରୁ ଜାତୀୟ ରାଜଧାନୀ ଦିଲ୍ଲୀରେ ଜିମ ଓ ଯୋଗକେନ୍ଦ୍ର ଖୋଲାଯାଇଛି । ରାଜ୍ୟ ସରକାର ଏକ ସୌଜନ୍ୟମୂଳକ ଆଦେଶ ଜାରି କରି ଯୁବପୀଢ଼ିଙ୍କୁ ଆଶ୍ୱସ୍ତି ପ୍ରଦାନ କରିଛନ୍ତି ।

ଆଦେଶ ଅନୁସାରେ ଜିମ ଓ ଯୋଗ ସଂସ୍ଥାକୁ ଆଜିଠାରୁ ଖୋଲାଯାଇପାରିବ । ମାତ୍ର ରାଜ୍ୟ ସରକାର ଏଥିରେ ସ୍ପଷ୍ଟ କରିଛନ୍ତି ଯେ, ସମସ୍ତ କେନ୍ଦ୍ର ସରକାର ଦ୍ୱାରା ଜାରି ହୋଇଥିବା କରୋନା କଟକଣାକୁ ପାଳନ କରିବାକୁ ହେବ । ଡିଡିଡିଏମଏର ବୈଠକରେ କୁହାଯାଇଛି ଯେ, ଯେତେବେଳେ କେନ୍ଦ୍ର ସରକାର ଜିମ ଖୋଲିବାକୁ ଅନୁମତି ଦେଇଥିଲେ ସୁରକ୍ଷା ଦୃଷ୍ଟିରୁ ଦିଲ୍ଲୀରେ ଜିମ ଓ ଯୋଗ କେନ୍ଦ୍ର ଖୋଲିବା ନେଇ ସମୟ ଗଡ଼ାଇ ଦିଆଯାଇଥିଲା ।

ସତର୍କ ପ୍ରତି ଧ୍ୟାନ

-ଜିମରେ ପ୍ରକେଶ ପୂର୍ବରୁ ଆଲକୋହୋଲିକ ସାନିଟାଇଜର ବ୍ୟବହାର କରି ନିଜର ହାତକୁ ଭଲରେ ଡିସଇନଫେକ୍ଟ କରିବାକୁ ହେବ । 

-ଜିମ ମାଲିକ ଜିମ ଭିତରେ ସାମାଜିକ ଦୂରତାକୁ ଗୁରୁତ୍ୱ ଦେବେ

-ଏହା ବ୍ୟତୀତ ବାରମ୍ବାର ମେସିନକୁ ସାନିଟାଇଜ କରିବାକୁ ପଡ଼ିବ । 

-କରୋନା ଭାଇରସ ସଂକ୍ରମଣ ବ୍ୟକ୍ତି ଚିହ୍ନଟ ହେବା ପରେ ସଂସ୍ଥାନକୁ ଜରୁରୀକାଳୀନ ଭାବେ ବନ୍ଦ କରାଯିବ । 

-ଜିମ ଭିତରେ ତାପାମାତ୍ରା ୨୪ରୁ ୩୦ ଡିଗ୍ରୀ ରଖିବାକୁ ହେବ ।

By amfnews

Related Post