Sat. Nov 23rd, 2024

ଆଜିଠାରୁ ପେଟିଏମରେ ଦେୟ ଦେବା ହେବ ମହଙ୍ଗା

By amfnews Jul 1, 2019 #Featured
117 Views

ନୂଆଦିଲ୍ଲୀ : ଯଦି ଆପଣ ପେଟିଏମ ଦ୍ୱାରା ପେମେଣ୍ଟ କରୁଛନ୍ତି ତେବେ ଆପଣଙ୍କ ପକେଟରୁ କିଛି ଅଧିକ ଖର୍ଚ୍ଚ ହୋଇପାରେ | କାରଣ ପେଟିଏମ ଆଜିଠାରୁ ଡ଼ିସକାଉଣ୍ଟ ରେଟର ବୋଝକୁ ଗ୍ରାହକଙ୍କ ଉପରେ ଲଦିବାକୁ ଯାଉଛି | ବ୍ୟାଙ୍କ ଓ ବିଭିନ୍ନ ଏଟିଏମ କାର୍ଡ କମ୍ପାନୀ ଏମଡିଆର(ମରଚାଣ୍ଟ ଡ଼ିସକାଉଣ୍ଟ ରେଟ) ପ୍ରତିଟି ଡିଜିଟାଲ ଡ଼ିସକାଉଣ୍ଟ ଉପରେ ନେଇଥାନ୍ତି | କିନ୍ତୁ ପୂର୍ବରୁ ପେଟିଏମ ଏମଡିଆର ନେଉନଥିଲା | କିନ୍ତୁ ଏବେ ଏହି ବୋଝକୁ ସେ ଗ୍ରାହକଙ୍କ ପାଖରୁ ଆଦାୟ କରିବାକୁ ଯାଉଛି |

ମିଳିଥିବା ସୂଚନା ମୁତାବକ କ୍ରେଡିଟ କାର୍ଡ ଜରିଆରେ ଆପଣ ଦେୟ ପୈଠ କଲେ ୧ ପ୍ରତିଶତ, ଡେବିଟ କାର୍ଡରେ ପେମେଣ୍ଟ କଲେ ୦.୯ ପ୍ରତିଶତ ଦେୟ ଦେବାକୁ ପଡିଥାଏ | ଏବେ ଏହି ନିୟମ ଅନୁସାରେ ପେଟିଏମରେ ଆପଣ ଦେୟ ପୈଠ କଲେ ଟ୍ରାଞ୍ଜାକ୍ସନ ପିଛା ୧୨ରୁ ୧୫ ଟଙ୍କା ଅତିରିକ୍ତ ଦେୟ ଦେବାକୁ ପଡିବ | ଏହି ଅତିରିକ୍ତ ଦେୟକୁ ପେଟିଏମ ପୂର୍ବରୁ ନିଜେ ସହୁଥିବାବେଳେ ଆଜିଠାରୁ ଉପଭୋକ୍ତାଙ୍କ ଉପରେ ଏହି ଦେୟ ପଡିବ | ମୋବାଇଲ ଭାଉଚର ପକାଇବା ସହ ସିନେମା ଦେଖିବାକୁ ଟିକେଟ କଲେ ଏହି ଅତିରିକ୍ତ ଦେୟ ଗ୍ରାହକ ଦେବେ |

By amfnews

Related Post