Sun. Jan 12th, 2025

ଆଜିଠାରୁ ଖୋଲିବ ଭୁବନେଶ୍ୱର କୋର୍ଟ

By amfnews Nov 13, 2018 #Featured
257 Views

ଭୁବନେଶ୍ୱର, ନଭେମ୍ବର ୧୩: ହାଇକୋର୍ଟରେ ଉପୁଜିଥିବା ପୋଲିସ ଓ ଆଇନଜୀବୀଙ୍କ ବିବାଦର ପ୍ରଭାବରେ ଦୀର୍ଘଦିନ ଧରି ରାଜ୍ୟର ସମସ୍ତ କୋର୍ଟ ବନ୍ଦ ରହିଥିବାବେଳେ ଆଜି  ଭୁବନେଶ୍ୱର କୋର୍ଟ ଖୋଲାଯିବା ନେଇ ନିଷ୍ପତି ହୋଇଛି ।

ଲୋକଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ଭୁବନେଶ୍ୱର ବାର ଆସୋସିଏସନ ସଭାପତି ଦୁର୍ଗାମାଧବ ମିଶ୍ର ସୁଚନା ଦେଇଛନ୍ତି । ସେ କହିଛନ୍ତି ଯେ ସହମତି ଭିତିରେ ଆଜିଠାରୁ ଆଇନଜୀବୀମାନେ କୋର୍ଟ କାର୍ଯ୍ୟରେ ଯୋଗଦେବେ । ସଂଘ ନିଜର ସ୍ୱତନ୍ତ୍ରତା ବଜାୟ ରଖିବ ।  ଆଇନଜୀବୀ ଏକତା ରକ୍ଷା କରି ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ କରିବେ ।  କିନ୍ତୁ ଜନସାଧାରଣଙ୍କୁ ହଇରାଣ ନ କରିବା ପାଇଁ ଏହି ନିଷ୍ପତି ନିଆଯାଇଛି ।

ଓକିଲଙ୍କ ଆନ୍ଦୋଳନ ଆଜି ୭୭ ଦିନରେ ପହଂଚିଛି । ଆସନ୍ତାକାଲି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ  ଜାରି ରହିବ । ଆସନ୍ତାକାଲି ଅପରାହ୍ନରେ ପରବର୍ତୀ ପରିଷଦ ବୈଠକ ବସିବା ପରେ ଆଗାମୀ କାର୍ଯ୍ୟପନ୍ଥା ଉପରେ ନିଷ୍ପତି ନିଆଯିବ ।

ସୂଚନାଯୋଗ୍ୟ କି, ଆଇନଜୀବୀ ଦେବୀପ୍ରସାଦ ପଟ୍ଟନାୟକଙ୍କ ଉପରେ ଆକ୍ରମଣ ଘଟଣାରେ ଦାୟର ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି ଗତକାଲି ହାଇକୋର୍ଟରେ ହୋଇଥିବାବେଳେ ପରବର୍ତୀ ଶୁଣାଣି ଆଜି ହେବ । ଅକ୍ଟୋବର ୩୦ରେ କୋର୍ଟ ଏହି ମାମଲାର ଶୁଣାଣି କରି ନଭେମ୍ବର ୯ ତାରିଖ ସୁଦ୍ଧା ତଦନ୍ତ ଶେଷ କରିବାକୁ କ୍ରାଇମବ୍ରାଂଚକୁ ନିର୍ଦ୍ଦେଶ ଦେଇଥିଲେ ।

By amfnews

Related Post