238 Views
ସମ୍ବଲପୁର : ପବିତ୍ର ମହାଳୟା ଅବସରରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ବରୀ ଧବଳମୁଖୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି। ମା’ଙ୍କର ଏହି ବେଶ ଗଙ୍ଗା ବେଶ ବା ସରସ୍ବତୀ ବେଶ ବୋଲି ମଧ୍ୟ କୁହାଯାଏ। ଗୁରୁବାର ମଧ୍ୟରାତ୍ରୀରୁ ହିଁ ମା’ଙ୍କୁ ବେଶ କରିବା କାର୍ଯ୍ୟ ଆରମ୍ଭ ହୋଇଥିଲା। ବର୍ଷରେ ଥରେ ହେଉଥିବା ମାଙ୍କ ଏହି ବିରଳ ବେଶ ଦର୍ଶନ ପାଇଁ ସବୁବର୍ଷ ଶ୍ରଦ୍ଧାଳୁଙ୍କ ବେଶ୍ ଭିଡ଼ ଜମିଥାଏ।