Tue. Dec 24th, 2024

ଆଜି ନିଟ ପରୀକ୍ଷା: ରାଜ୍ୟର ୭ଟି ସହରର ୮୪ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୭ ହଜାର ଛାତ୍ରଛାତ୍ରୀ

By amfnews Sep 13, 2020 #Featured
217 Views

ନୂଆଦିଲ୍ଲୀ/ଭୁବନେଶ୍ୱର, ସେପ୍ଟେମ୍ବର ୧୩  : କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଆଜି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ସମଗ୍ର ଦେଶ ସମେତ ଓଡ଼ିଶାରେ  ନ୍ୟାସନାଲ ଇଲିଜିବିଲିଟି କମ ଏଣ୍ଟ୍ରାନ୍ସ ପରୀକ୍ଷାର ଆୟୋଜନ କରୁଛି । ଏଥର ନିଟ ପରୀକ୍ଷାରେ ୧୫ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଯୋଡ଼ିହେବେ । ନିଟ -୨୦୨୦ ପ୍ରବେଶିକା ପରୀକ୍ଷା ୨ଟି ସିଫ୍ଟରେ ଅନୁଷ୍ଠିତ ହେବ । ପ୍ରଥମ ସିଫ୍ଟ ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ସାଢ଼େ ଗୋଟିଏ ଯାଏଁ ଚାଲିବ । ସେହିପରି ୨ୟ ସିଫ୍ଟ ଅପରାହ୍ନ ୨ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୫ଟା ଯାଏଁ ଚାଲିବ ।

ତେବେ ନିଟ ପରୀକ୍ଷାରେ ସାମିଲ ହେଉଥିବା ଛାତ୍ରଛାତ୍ରୀଙ୍କୁ ଏଥର କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ । ପରୀକ୍ଷାର୍ଥୀଙ୍କୁ ସାମାଜିକ ଦୂରତା ରକ୍ଷା କରିବାକୁ ହେବ । ମାସ୍କ ପିନ୍ଧିବା ଓ ପାଖରେ ସାନିଟାଇଜର ରଖିବା ବାଧ୍ୟତାମୂଳକ କରାଯାଇଛି । ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଏଥର ଦେଶବ୍ୟାପୀ ୩୮୪୨ଟି କେନ୍ଦ୍ର କରାଯାଇଛି । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା କେନ୍ଦ୍ରରେ ମାସ୍କ, ଗ୍ଲୋଭ୍‌ସ ଦିଆଯିବ ।

ନିଟ ପରୀକ୍ଷା ଲାଜି ରାଜ୍ୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ବ୍ରହ୍ମପୁର, ରାଉରକେଲା ଓ ଅନୁଗୁଳରେ ମୋଟ ୮୪ଟି କେନ୍ଦ୍ର କରାଯାଇଛି । ଏହି ୭ଟି ପରୀକ୍ଷା କେନ୍ଦ୍ରରେ ରାଜ୍ୟ ୩୭ ହଜାର ୪୫୯ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ ।

ନିଟ ପରୀକ୍ଷା ଲାଗି ବ୍ୟାପକ ବ୍ୟବସ୍ଥା କରାଯାଇଛି । ଛାତ୍ରଛାତ୍ରୀଙ୍କୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରବେଶ ଦିଆଯିବ । ପରୀକ୍ଷା କେନ୍ଦ୍ରଗୁଡ଼ିକୁ ସାନିଟାଇଜ କରାଯାଇଥିବା ନିଟର ରାଜ୍ୟ ସଂଯୋଜିକା ପଲ୍ଲୀ ପଟ୍ଟନାୟକ ସୂଚନା ଦେଇଛନ୍ତି । ଅନ୍ୟପଟରେ ଏନଟିଏ ଗତକାଲି ବିଜ୍ଞପ୍ତି ଜାରି କହିଛି ଯେ, କରୋନା ପଜିଟିଭ ପ୍ରାର୍ଥୀ ନିଟ ପରୀକ୍ଷା ଦେଇପାରିବେ ନାହିଁ । ଆଜି ପରୀକ୍ଷା ଶେଷ ହେବା ପରେ ପଜିଟିଭ ପ୍ରାର୍ଥୀ କେବେ ପରୀକ୍ଷା ଦେବେ, ସେ ନେଇ ଚିନ୍ତା କରାଯିବ ।

By amfnews

Related Post