Tue. Mar 10th, 2026

ଆଜି ନନ୍ଦିଘୋଷ ରଥ ଭାଙ୍ଗିବେ ମହାଲକ୍ଷ୍ମୀ

178 Views

ପୁରୀ : ଶ୍ରୀଜୀଉଙ୍କ ନବ ଦିନାତ୍ମକ ଯାତ୍ରାର ଆଜି ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଦିବସ ହେରା ପଞ୍ଚମୀ। ରଥଯାତ୍ରାରେ ପ୍ରଭୁ ଜଗନ୍ନାଥ, ପ୍ରାଣପ୍ରିୟା ଲକ୍ଷ୍ମୀ ସାଆନ୍ତାଣିଙ୍କୁ ସାଙ୍ଗରେ ଆଣି ନଥିବାରୁ ଅଭିମାନିନୀ ମହାଲକ୍ଷ୍ମୀ ଆଜି ଶ୍ରୀମନ୍ଦିରରୁ ଗୁଣ୍ଡିଚା ମନ୍ଦିରକୁ ଆସିବେ। ସେଠାରେ ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ଭାଙ୍ଗିବାର ପରମ୍ପରା ରହିଛି ।  ମହାଲକ୍ଷ୍ମୀ ବିମାନରେ ଶ୍ରୀଗୁଣ୍ଡିଚା ମନ୍ଦିର ଆସିବା ପରେ ପ୍ରଥମେ ନନ୍ଦିଘୋଷ ରଥ ନିକଟରେ ରହିଥାନ୍ତି।

ସେଠାରେ ମହାଲକ୍ଷ୍ମୀଙ୍କୁ ବନ୍ଦାପନା ନୀତି କରାଯାଇଥାଏ। ପରେ ଲକ୍ଷ୍ମୀ ଜୟ ବିଜୟ ଦ୍ୱାର ନିକଟରେ ବିଜେ ହେବା ପରେ ତାଙ୍କୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ପ୍ରଦାନ କରାଯାଇଥାଏ।  ଏହାପରେ ନାକଚଣା ଦ୍ୱାର ଦେଇ ମହାଲକ୍ଷ୍ମୀ ହେରା ଗୌରୀ ସାହିବାଟେ ଶ୍ରୀମନ୍ଦିରକୁ ଯାଇଥାନ୍ତି।

ଶ୍ରୀଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ନାହିଁ ନ ଥିବା ଗହଳି ପରିଲକ୍ଷିତ ହୋଇଛି।  ଜନ୍ମବେଦୀରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି ମହାପ୍ରଭୁ।  ଚତୁର୍ଦ୍ଧାମୂରତିଙ୍କ ଦର୍ଶନ ଲାଗି ପୁରୀ ଗୁଣ୍ଡିଚା ମନ୍ଦିରରେ ଭକ୍ତଙ୍କ ଗହଳି ଲାଗି ରହିଛି।

By amfnews

Related Post