Sat. Mar 7th, 2026

ଆଜି ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ; ଓଡ଼ିଶାରେ ହେବନି ଦୃଶ୍ୟମାନ

225 Views

ଭୁବନେଶ୍ୱର : ଆଜି ରାତିରେ ଚଳିତ ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ ହେବ। ତେବେ ଏହା ଉପଛାୟା ଚନ୍ଦ୍ର ଗ୍ରହଣ ହେଉଥିବାରୁ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ। ପାଞ୍ଜିରେ ମଧ୍ୟ ଚନ୍ଦ୍ରଗ୍ରହଣ ନେଇ ଉଲ୍ଲେଖ ନାହିଁ। ତେଣୁ ଶ୍ରୀମନ୍ଦିରରେ କି ଓଡ଼ିଶାରେ ଏହା ପାଳନୀୟ ନୁହେଁ। ଦେବନୀତି ଉପରେ ମଧ୍ୟ ଏହାର କୌଣସି ପ୍ରଭାବ ନାହିଁ ବୋଲି ଜଗନ୍ନାଥ ସଂସ୍କୃତି ବିଶେଷଜ୍ଞ ସୂର୍ଯ୍ୟନାରାୟଣ ରଥ ଶର୍ମା ସୂଚନା ଦେଇଛନ୍ତି।

ବୈଜ୍ଞାନିକ ମତରେ ଏଥରର ଚନ୍ଦ୍ରଗ୍ରହଣକୁ ଖାଲି ଆଖିରେ ଦେଖିବା କଷ୍ଟକର ହେବ। କାରଣ ଏହା ଏକ ଉପଛାୟା ଚନ୍ଦ୍ରଗ୍ରହଣ। ତେଣୁ ଓଡ଼ିଶାରେ ସ୍ପଷ୍ଟ ଦୃଶ୍ୟମାନ ହେବ ନାହିଁ ବୋଲି ଭୁବନେଶ୍ୱର ପଠାଣି ସାମନ୍ତ ପ୍ଲାନେଟାରିୟମ୍‌ର ଉପ ନିର୍ଦ୍ଦେଶକ ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି ।

By amfnews

Related Post