Sat. Mar 7th, 2026

ଆକ୍ରମଣ ପାଇଁ ଆତଙ୍କବାଦୀଙ୍କୁ ସହଯୋଗ କରିବ ‘ହାରାମି ନାଳ’!

338 Views

ନୂଆଦିଲ୍ଲୀ   :   ଜଳପଥରେ ଆତଙ୍କବାଦୀ ଆକ୍ରମଣ କରିବାକୁ ମସୁଧା କରିଛନ୍ତି। ଅଗଷ୍ଟ ୨୭ ତାରିଖରେ ନୌସେନା ମୁଖ୍ୟ ଆଡମିରାଲ କରମବୀର ସିଂହ ଆତଙ୍କବାଦୀ ଆକ୍ରମଣ ନେଇ ସୂଚନା ଦେଇଥିଲେ। ଏହି ରିପୋର୍ଟ ପ୍ରକାଶ କରିବା ପରେ ବନ୍ଦରଗୁଡ଼ିକରେ ହାଇଆଲର୍ଟ ଜାରି କରାଯାଇଛି। ବିଶେଷକରି ଗୁଜରାଟରେ ଥିବା ବନ୍ଦର ଗୁଡ଼ିକରେ। କାରଣ ଗୁଜରାଟରେ ଥିବା କଚ୍ଛ ଜିଲ୍ଲାର ବନ୍ଦରଗୁଡ଼ିକ ପାକିସ୍ତାନକୁ ସଂଯୋଗ କରୁଛି। ଯାହାକି ପାକିସ୍ତାନରୁ ଅଳ୍ପ ଦୂର।

ଏବେ ଗୁଇନ୍ଦା ବିଭାଗ ସତର୍କ କରାଇଛି କଚ୍ଛ ଜିଲ୍ଲାରୁ ପାକିସ୍ତାନକୁ ଜଳପଥରେ ସଂଯୋଗ କରୁଥିବା ‘ହାରାମି ନାଳ’ ଦେଇ ପାକିସ୍ତାନ କମାଣ୍ଡୋ ଏବଂ ଆତଙ୍କବାଦୀ ଭାରତରେ ଅନୁପ୍ରବେଶ କରିବା ପାଇଁ ଚେଷ୍ଟା କରୁଛନ୍ତି। ଏହି ‘ହାରାମି ନାଳ’ ଗୁଜରାଟର କଚ୍ଛରୁ ପାକିସ୍ତାନକୁ ଦୁଇ ଭାଗ କରୁଥିବା ୨୨ କିଲୋମିଟର ଦୂରତା ବିଶିଷ୍ଟ ଏକ ନାଳ। ଏହା ଆତଙ୍କବାଦୀଙ୍କ ପାଇଁ ଭୂସ୍ୱର୍ଗ ନାଳ ବୋଲି କୁହାଯାଏ। ତେଣୁ ଏହି ନାଳର ନାମ ‘ହାରାମି ନାଳ’ ବୋଲି ରଖାଯାଇଛି। ଏଠାରେ ପାଣିର ସ୍ତର ଜୁଆର-ଭଟ୍ଟା ଏବଂ ପାଣିପାଗ ପାଇଁ ଲଗାତାର ବଦଳିଥାଏ। ତେଣୁ ଏହାକୁ ବହୁତ ବିପଦ ବୋଲି ଗଣନା କରାଯାଏ।

ହାରାମି ନାଳର ସାଟେଲାଇଟ ଚିତ୍ର
ସୂଚନାଯୋଗ୍ୟ, ୨୦୦୮ରେ ଆତଙ୍କବାଦୀମାନେ ଭାରତର କୁବେର ଡଙ୍ଗା (ମାଛ ଧରିବା ପାଇଁ) ଜବତ କରି ଏହି ‘ହାରାମି ନାଳ’ ଦେଇ ଭାରତରେ ଅନୁପ୍ରବେଶ କରି ମୁମ୍ୱାଇରେ ଆତଙ୍କବାଦୀ ଆକ୍ରମଣ କରିଥିଲେ। ଏହି ‘ହାରାମି ନାଳ’ରେ ମାଛ ଧରିବା ବାରଣ। କିନ୍ତୁ ନାଳ ଭିତରେ ଝିଂଗା ମାଛ ଏବଂ ଲାଲ୍ ସୋମେନ୍ ମାଛ ମିଳୁଥିବାରୁ ଉଭୟ ଭାରତ ଏବଂ ପାକିସ୍ତାନ ମତ୍ସ୍ୟଜୀବୀଙ୍କର ଏହା ପସନ୍ଦଯୋଗ୍ୟ ସ୍ଥାନ ପାଲଟିଥାଏ।

କଚ୍ଛରେ ରିଲାଏନ୍ସ ପୋର୍ଟ, ଦିନ ଦୟାଲ ପୋର୍ଟ, ଆଦାନୀ ଗୃପର ମୁଣ୍ଡ୍ରା ପୋର୍ଟ ଆଦି ବଡ଼ ବଡ଼ ବନ୍ଦର ରହିଥିବାରୁ ସରକାରଙ୍କ ତରଫରୁ ଏବେ ଏହି ବନ୍ଦରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ବିବାଦ ତେଜିଛି। ଏହାପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ଆତଙ୍କବାଦୀ ଆକ୍ରମଣ ନେଇ ଧମକ ଦେଉଛନ୍ତି।

By amfnews

Related Post