Sat. Mar 7th, 2026

ଆଉ ୭ ଜିଲ୍ଲାରେ ଖୋଲିବ ଡାଏଲିସିସ୍ କେନ୍ଦ୍ର

258 Views

ଭୁବନେଶ୍ବର, ଡିସେମ୍ବର ୧୫ : ରାଜ୍ୟର ଆଉ ୭ ଜିଲ୍ଲାରେ ଡାଏଲିସିସ୍ କେନ୍ଦ୍ର ଖୋଲିବ। କିଡ୍‌ନି ରୋଗୀମାନେ ଜିଲ୍ଲାସ୍ତରରେ ଡାଏଲିସିସ୍‌ର ସୁବିଧା ପାଇପାରିବେ। ଜଗତସିଂହପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପିପିପି ମୋଡ୍‌ରେ ଗତକାଲି ଏକ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା। ରାଜ୍ୟର ୧୭ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଗୋଟିଏ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଡାଏଲିସିସ୍ ବ୍ୟବସ୍ଥା ଆରମ୍ଭ ହୋଇଛି। ୨୦୧୮/୧୯ବର୍ଷରେ ଏ ପର୍ଯ୍ୟନ୍ତ ୧୯ଟି ନୂତନ ଡାଏଲିସିସ୍ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି।

କ୍ୟାପିଟାଲ ହସ୍ପିଟାଲ, ଅନୁଗୁଳ, ବାଲେଶ୍ବର, ବଲାଙ୍ଗୀର, ବୌଦ୍ଧ, କନ୍ଧମାଳ, ଢେଙ୍କାନାଳ, କଳାହାଣ୍ଡି, ନୂଆପଡ଼ା, କେନ୍ଦୁଝର, କୋରାପୁଟ, ନୟାଗଡ଼, ପୁରୀ, ରାୟାଗଡ଼ା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ନରସିଂହପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେବା ଉପଲବ୍ଧ ହେଉଛି। ବୀମା ମୂଲ୍ୟରେ ରୋଗୀ ଚିହ୍ନଟ, ଡାକ୍ତରୀ ପରୀକ୍ଷା ଓ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଉଛି। ଏହି ସମସ୍ତ ଡାଏଲିସିସ୍ କେନ୍ଦ୍ରରେ ଚଳିତବର୍ଷ ଏ ପର୍ଯ୍ୟନ୍ତ କିଡ୍‌ନି ରୋଗୀଙ୍କ ୨୮ ହଜାର ୬୫୫ ଥର ମାଗଣାରେ ଡାଏଲିସିସ୍ କରାଯାଇଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି।

By amfnews

Related Post