Sat. Mar 7th, 2026

ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତ ଶୃଙ୍ଗ ଆରୋହଣ କଲେ ୮ ବର୍ଷୀୟ ହାଇଦ୍ରାବାଦୀ ବାଳକ

428 Views

ହାଇଦ୍ରାବାଦ: ଜଣେ ଆଠ ବର୍ଷୀୟ ହାଇଦ୍ରାବାଦୀ ବାଳକ ଅଷ୍ଟ୍ରେଲିଆର ସର୍ବୋଚ୍ଚ ପର୍ବତ ଶୃଙ୍ଗ ‘ମାଉଣ୍ଟ୍‌ କୋସିୟୁସ୍‌ଜ୍‌କୋ’ ଆରୋହଣ କରି ରେକର୍ଡ ସୃଷ୍ଟି କରିଛନ୍ତି। ଡିସେମ୍ବର ୧୨ ତାରିଖ ଦିନ ସମନ୍ୟୁ ପୋତୁରାଜୁ ନାମକ ଏହି ବାଳକ ଏ ଭଳି ସଫଳତା ଲାଭ କରିଛନ୍ତି। ସେ ସାମିଲ ହୋଇଥିବା ପାଞ୍ଚଜଣିଆ ଦଳରେ ଥିଲେ ତାଙ୍କ ମାଆ ଲାବଣ୍ୟ ଓ ଭଉଣୀ।

ନିଜର ଭବିଷ୍ୟତ ଯୋଜନା ବିଷୟରେ ପୋତୁରାଜୁ କହନ୍ତି: ଏଯାବତ୍‌ ମୁଁ ଚାରିଟି ପର୍ବତ ଆରୋହଣ କରିଛି। ଏବେ ମୁଁ ଜାପାନର ମାଉଣ୍ଟ୍‌ ଫୁଜି ଆରୋହଣ କରିବାକୁ ପ୍ରସ୍ତୁତି କରୁଛି। ଆମ ମତରେ, ଅକାରଣରେ ଆମେ କୌଣସି ପର୍ବତ ଆରୋହଣ କରିବା ଅନୁଚିତ। ଏଥର ଆମେ ତନ୍ତୁବାୟମାନଙ୍କୁ ସମର୍ଥନ କରିବାକୁ ଯୋଜନା କରୁଛୁ।

ଏ ବର୍ଷ ପ୍ରାରମ୍ଭରେ, ପୋତୁରାଜୁ ତାଙ୍କ କୋଚ୍‌, ମାଆ ଏବଂ ଅନ୍ୟମାନଙ୍କ ସହ ଆଫ୍ରିକାର ସର୍ବୋଚ୍ଚ ଶୃଙ୍ଗ ତାଞ୍ଜାନିଆର କିଲିମାଞ୍ଜାରୋ ପର୍ବତର ଉହୁରୁ ଶୃଙ୍ଗ ଆରୋହଣ କରିଥିଲେ। ଏପ୍ରିଲ୍‌ ୨ ତାରିଖ ଦିନ ସମୁଦ୍ର ପତ୍ତନ ଠାରୁ ୫, ୮୯୫ ମିଟର୍‌ ଊର୍ଦ୍ଧ୍ୱରେ ତ୍ରିରଙ୍ଗ ପତାକା ଉତ୍ତୋଳନ କରିଥିଲେ।

 

By amfnews

Related Post