Sat. Mar 7th, 2026

ଅଯୋଧ୍ୟାରେ ହେବ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଭଗବାନ ରାମଙ୍କର ଭବ୍ୟ ପ୍ରତିମୂର୍ତ୍ତି

202 Views

ଲକ୍ଷ୍ନୌ (ଉତ୍ତରପ୍ରଦେଶ) ନଭେମ୍ବର ୦୩: ଅଯୋଧ୍ୟା ଠାରେ ଭଗବାନ ରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ଉତ୍ତରପ୍ରଦେଶ ସରକାର ନିର୍ମାଣ କରିପାରନ୍ତି। ଅଯୋଧ୍ୟାରେ ରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ନିର୍ମାଣ ସଂପର୍କିତ ଘୋଷଣା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆସନ୍ତା ଦୀପାବଳି ଉତ୍ସବ ପାଳନ ଅବସରରେ କରିପାରନ୍ତି ବୋଲି ବିଶ୍ୱାସ କରାଯାଉଛି। ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଉତ୍ତରପ୍ରଦେଶ ସରକାର ଗତବର୍ଷ ଘୋଷଣା କରି କହିଥିଲେ ଯେ ୧୦୦ ମିଟର ଉଚ୍ଚତା ବିଶିଷ୍ଟ ଭଗବାନ ରାମଙ୍କର ଏକ ଭବ୍ୟ ପ୍ରତିମୂର୍ତ୍ତି ୩୩୦ କୋଟି ଟଙ୍କା ବ୍ୟୟରେ ଅଯୋଧ୍ୟାର ସରଜୁ ନଦୀ କୂଳରେ ପ୍ରତିଷ୍ଠା କରାଯିବ।

ଉତ୍ତରପ୍ରଦେଶର ବିଜେପି ମୁଖ୍ୟ ମହେନ୍ଦ୍ର ନାଥ ପାଣ୍ଡେ ଆଜି ପୂର୍ବାହ୍ନରେ ଏ ସଂପର୍କରେ ସଙ୍କେତ ପ୍ରଦାନ କରି କହିଥିଲେ ଯେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ ଅଯୋଧ୍ୟା ପାଇଁ କିଛି ଯୋଜନା ରଖିଛନ୍ତି ଏବଂ ଦୀପାବଳି ଅବସରରେ ସେ କିଛି ‘ଭଲ ଖବର’ର ଘୋଷଣା କରିପାରନ୍ତି। ରାଜ୍ୟ ବିଜେପି ମୁଖ୍ୟ ପାଣ୍ଡେ, ଗଣମାଧ୍ୟମର ପ୍ରତିନିଧିମାନଙ୍କୁ କହିଛନ୍ତି, ‘ଯୋଗୀ ଆଦିତ୍ୟନାଥ କେବଳ ଜଣେ ମୁଖ୍ୟମନ୍ତ୍ରୀ ନୁହନ୍ତି; ସେ ମଧ୍ୟ ଜଣେ ସନ୍ଥ। ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ସେ ନିଶ୍ଚିତ ରୂପେ ଯୋଜନା ରଖିଥିବେ। ଦୀପାବଳି ପର୍ଯ୍ୟନ୍ତ ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ନିଶ୍ଚିତ ରୂପେ ଭଲ ଖବରର ଘୋଷଣା କରାଯିବ।’

By amfnews

Related Post