Wed. Jun 18th, 2025

ଅନ୍‌ଲାଇନ୍‌ରେ ବିକ୍ରି ହେବ ନିରବ ମୋଦିଙ୍କ ୧୩ ବିଳାସପୂର୍ଣ୍ଣ କାର୍‌

By amfnews Apr 1, 2019 #Featured
256 Views

ମୁମ୍ବାଇ: ହୀରା ବ୍ୟବସାୟୀ ନିରବ ମୋଦିଙ୍କର ୧୩ଟି ବିଳାସପୂର୍ଣ୍ଣ କାର୍‌କୁ ପ୍ରବର୍ତ୍ତନ ନିର୍ଦେଶାଳୟ ଏପ୍ରିଲ୍‌ ୧୮ ତାରିଖ ଦିନ ନିଲାମ କରିବାର ସମ୍ଭାବନା ରହିଛି।

ରୋଲ୍‌ସ୍‌ ରୟେସ୍‌ ଘୋଷ୍ଟ୍‍, ପର୍ସି ପାନାମେରା, ଦୁଇଟି ମର୍ସିଡିଜ୍‌ ବେଞ୍ଜ୍‌, ତିନିଟି ହୋଣ୍ଡା କାର୍‌, ତୋୟୋତା ଫର୍ଚ୍ୟୁନର୍‌ ଏବଂ ଗୋଟିଏ ଇନୋଭା ନିଲାମ ହେବାକୁ ଥିବା କାର୍‌ଗୁଡ଼ିକରେ ଅନ୍ତର୍ଭୁକ୍ତ। ଏଗୁଡ଼ିକୁ ପ୍ରବର୍ତ୍ତନ ନିର୍ଦେଶାଳୟ ଜବତ କରିଥିଲା।ରାଷ୍ଟ୍ରାୟତ ଇ-କମର୍ସ କମ୍ପାନି ‘ମେଟାଲ୍‌ ସ୍କ୍ରାପ୍‌ ଟ୍ରେଡ୍‌ କର୍ପୋରେସନ୍‌ ଲିମିଟେଡ୍‌’ ଏହି ନିଲାମ ପାଇଁ ଠିକା ଦିଆଯାଇଛି।

ନିଲାମ ଧରିବାକୁ ଆଗ୍ରହୀ ବ୍ୟକ୍ତିମାନେ ଗାଡ଼ିଗୁଡ଼ିକୁ ଯାଞ୍ଚ କରି ପାରିବେ କିନ୍ତୁ, ଟେଷ୍ଟ୍‍ ଡ୍ରାଇଭ୍‌ କରି ପାରିବେ ନାହିଁ। ନିଲାମ ହେବାର ସପ୍ତାହେ ଆଗରୁ ଯାଞ୍ଚ କରାଯିବାର ସମ୍ଭାବନା ରହିଛି। ନିଲାମ କ୍ୟାଟ୍‌ଲଗ୍‌ ପ୍ରସ୍ତୁତି ହେଉଛି ଏବଂ ଆସନ୍ତା ସପ୍ତାହରେ କାର୍‌ଗୁଡ଼ିକର ଧାର୍ଯ୍ୟ ମୂଲ୍ୟ, ନିର୍ମାଣ ବର୍ଷ, ମଡେଲ୍‌, ଫଟୋଚିତ୍ର ଏବଂ ତଥ୍ୟାବଳୀ େଓ୍ଵବ୍‌ସାଇଟ୍‌ରେ ଉପଲବ୍ଧ ହେବ।

ବିକ୍ରୟ ପରେ ନିଲାମଧାରୀମାନଙ୍କୁ ଗାଡ଼ିର ରେଜିଷ୍ଟ୍ରେସନ୍‌ ଆଦି କାର୍ଯ୍ୟ ଲାଗି ନିର୍ଦ୍ଧାରିତ ସମୟ ଦିଆଯିବ।

By amfnews

Related Post