Tue. Nov 5th, 2024

ଅନ୍ତର୍ଜାତୀୟ ଖୋଖୋ ଟୁର୍ଣ୍ଣାମେଣ୍ଟରେ ଚାମ୍ପିୟନ୍ ହେଲା ଭାରତ: ଏହି ବଣ୍ଡା ଯୁବକଙ୍କ ନେତୃତ୍ୱରେ ସ୍ୱର୍ଣ ଜିଣିଲା

By amfnews Sep 17, 2018 #Featured
143 Views

ମାଲକାନଗିରି : ଦେଶ ପାଇଁ ସୁନା ଆଣିଲେ ବଣ୍ଡା ଯୁବକ । ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ଗୋଲ୍ଡ ମେଡାଲ ଆଣି ଦେଶ ତଥା ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ମାଲକାନଗିରି ଜିଲ୍ଲାର ବଣ୍ଡା ଯୁବକ ଅଜୟ ମାନ୍ଦ୍ରା । ସେପ୍ଟେମ୍ବର ୪ ରୁ ୮ ତାରିଖ ମଧ୍ୟରେ ଇଂଲଣ୍ଡରେ ଖୋ ଖୋ ଫେଡେରେସନ ପକ୍ଷରୁ ଆୟୋଜିତ ଏହି ପ୍ରତିଯୋଗିତାରେ ଅଜୟ ଭାରତ ପାଇଁ ଗୋଲ୍ଡ ମେଡାଲ ଆଣିଛନ୍ତି । ଚଳିତ ସେପ୍ଟେମ୍ବର ମାସରେ ଇଂଲଣ୍ଡର ରାଜଧାନୀ ଲଣ୍ଡନ ଠାରେ ଆୟୋଜିତ ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ଟୁର୍ଣ୍ଣାମେଣ୍ଟରେ ଅପହଞ୍ଚ ବଣ୍ଡା ଘାଟିର ବଣ୍ଡା ଯୁବକ ଅଜୟ ମାନ୍ଦ୍ରାଙ୍କ ନେତୃତ୍ୱରେ ସ୍ୱର୍ଣ ପଦକ ଜିତିଛି ଭାରତ ।

ନୀଳ ରଙ୍ଗର ୯ ନମ୍ବର ଜର୍ସୀରେ ଭାରତ ପାଇଁ ଖୋ ଖୋ ଖେଳି ପଡିଆରେ ଦମ୍ଭ ଦେଖାଉଛନ୍ତି ଅଜୟ । ଆୟୋଜକ ଇଂଲଣ୍ଡକୁ ଫାଇନାଲ ମ୍ୟାଚ ରେ ମାତ ଦେଇ ପ୍ରଥମ ଅନ୍ତର୍ଜାତୀୟ ଖୋ ଖୋ ପ୍ରତିଯୋଗିତରେ ଚାମ୍ପିୟନ ହୋଇଛି ଭାରତୀୟ ଦଳ । ଓଡ଼ିଶାରୁ କେବଳ ଏହି ବଣ୍ଡା ଆଦିବାସୀ ଯୁବକ ଜାତୀୟ ଖୋ ଖୋ ଦଳରେ ସ୍ଥାନ ପାଇ ଥିବା ବେଳେ ଦେଶ ଓ ରାଜ୍ୟ ପାଇଁ ଗର୍ବ ଓ ଗୌରବ ଅର୍ଜ୍ଜନ କରିଛନ୍ତି ଏହି ଆଦିବାସୀ ଯୁବକ ।

ମାଲକାନଗିରି ଜିଲ୍ଲାର ବଣ୍ଡା ଘାଟିସ୍ଥିତ ଦାନ୍ତିପଡା ଗାଁରେ ରୁହନ୍ତି ଆଜୟ ମାନ୍ଦ୍ରାଙ୍କ ପରିବାର । ଘର କହିଲେ ଏହି ଭଙ୍ଗା ଦଦରା ମାଟି କାନ୍ଥରକୁଡ଼ିଆ ଟିଏ । ତେବେ ଏହି ଆଦିମ ଜନଜାତି ଅନ୍ତର୍ଗତ ବଣ୍ଡା ସମ୍ପ୍ରଦାୟର ଯୁବକ ଦେଶ ପାଇଁ ଏତେ ବଡ ଖ୍ୟାତି ଆଣି ଥିବା ବେଳେ ପ୍ରଶାସନ କିନ୍ତୁ ଦାୟିତ୍ୱ ଭୁଲିଯାଇଛି ।

By amfnews

Related Post