Tue. Jun 10th, 2025

ଅକ୍ଟୋବର ୧୮ ସୁଦ୍ଧା ଅଯୋଧ୍ୟା ବିବାଦର ଶୁଣାଣି ଶେଷ କରିବାକୁ ଯୋର୍‌ ଦେଲେ ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ

By amfnews Sep 26, 2019 #Featured
168 Views

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଅଯୋଧ୍ୟା ଜମି ବିବାଦର ୩୨ତମ ଶୁଣାଣି ସମୟରେ ଭାରତର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ପୁଣି ଥରେ ଯୋର୍‌ ଦେଇ କହିଛନ୍ତି ଯେ ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ ହେବା ଉଚିତ।

ନଭେମ୍ବର ମାସରେ କାର୍ଯ୍ୟକାଳ ପୂରୁଥିବା ପ୍ରଧାନ ବିଚାରପତି ଗୋଗୋଇ କହିଲେ, ଯଦି ଚାରି ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ ତେବେ ଅଦାଲତ ଅପୂର୍ବ ସଫଳତା ହାସଲ କରିବ।

ଅକ୍ଟୋବର ୧୮କୁ ଶେଷ ତାରିଖ ବୋଲି ଧାର୍ଯ୍ୟ କରି ସୁପ୍ରିମ୍‌ କୋର୍ଟ ଖଣ୍ଡପୀଠ କହିଲେ ଯେ ସପ୍ତାହେବ୍ୟାପୀ ପଡୁଥିବା ଦୀପାବଳି ଛୁଟିକୁ ଦୃଷ୍ଟିରେ ରଖି ଯୁକ୍ତିତର୍କ ଶେଷ କରାଯିବା ଉଚିତ।

ଶନିବାର ଦିନମାନଙ୍କରେ ଅଧିକ ସମୟଯାଏଁ କାମ କରି ଦୀର୍ଘଦିନ ଧରି ପଡ଼ି ରହିଥିବା ରାମଜନ୍ମଭୂମି- ବାବ୍ରି ମସ୍‌ଜିଦ୍‌ ଜମି ମାଲିକାନା ବିବାଦର ଶୁଣାଣି ଶେଷ କରିବାକୁ ସୁପ୍ରିମ୍‌ କୋର୍ଟଙ୍କ ଖଣ୍ଡପୀଠ ଗତ ସପ୍ତାହରେ ପ୍ରସ୍ତାବ ଦେଇଥିଲେ।

୧୮ ତାରିଖକୁ ଶେଷ ତାରିଖ ବୋଲି ଘୋଷଣା କରିବା ସହ ଖଣ୍ଡପୀଠ କହିଛନ୍ତି କି, ଯଦି ସେମାନେ ଚାହାନ୍ତି ମଧ୍ୟସ୍ଥତା କରି ଏହାର ସମାଧାନ ସୂତ୍ର କାଢ଼ି ପାରିବେ।

By amfnews

Related Post