ଭଦ୍ରକ: ଭଦ୍ରକରେ ଗତକାଲି ଦୁଇ ନୂଆ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ନୂତନ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ତାହା ଅନୁଯାୟୀ, ଧାମନଗର ବ୍ଲକର ସାହାସପୁର ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟୁଇଟ୍ କରି ସୂଚନା ଦେଇଛନ୍ତି।
ଏହାକୁ ମିଶାଇ ଏବେ ଭଦ୍ରକ ଜିଲ୍ଲାରେ ମୋଟ୍ କଣ୍ଟେନମେଣ୍ଟ ଜୋନ୍ ସଂଖ୍ୟା ୨୦ରେ ପହଞ୍ଚିଛି। ଧାମନଗର ବ୍ଲକର ସାହାସପୁର ପଞ୍ଚାୟତର ୮ଟି ଗାଁକୁ ନେଇ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି।
ଏଥିସହ ଜିଲ୍ଲାରେ ଆକ୍ରାନ୍ତସଂଖ୍ୟା ୨୧ରେ ପହଞ୍ଚିଛି । ଗତକାଲି ଭଦ୍ରକରେ ଚିହ୍ନଟ ହୋଇଥିବା ଆକ୍ରାନ୍ତ ବାସୁଦେବପୁର ଏବଂ ଧାମନଗର ବ୍ଲକର ଏବଂ ଦୁଇ ଆକ୍ରାନ୍ତ ପଶ୍ଚିମବଙ୍ଗରୁ ଫେରିଥିଲେ ବୋଲି ସୂଚନା ଦେଇଥିଲେ ଭଦ୍ରକର ଜିଲ୍ଲା ପ୍ରଶାସନ |
ସେହିଭଳି ଭାବେ ଭଦ୍ରକରେ ଏବେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୯ ଥିବା ବେଳେ ୧୨ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇସାରିଥିବାର ସୂଚନା ମିଳିଛି।