Sat. Mar 7th, 2026

ତୁରନ୍ତ ଶୁଣାଣି ପାଇଁ ରାଜୀବ କୁମାରଙ୍କ ଆବେଦନ ଖାରଜ କଲେ କଲିକତା ହାଇକୋର୍ଟ

646 Views

ନୂଆଦିଲ୍ଲୀ : ସାରଦା ଚିଟ ଫଣ୍ଡ ମାମଲାରେ ସିବିଆଇର ସମନ ବାବଦରେ ତୁରନ୍ତ ଶୁଣାଣି ପାଇଁ କୋଲକତା ପୁଲିସ କମିଶନର ରାଜୀବ କୁମାରଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି କଲିକତା ହାଇକୋର୍ଟ । ଏ ମାମଲାରେ କେନ୍ଦ୍ର ସରକାରଙ୍କ ଆପତ୍ତି ପରେ ଜଷ୍ଟିସ ଶିବକାନ୍ତ ପ୍ରସାଦ ଏହାକୁ ମଙ୍ଗଳବାର ଦିନ ପାଇଁ ତାଲିକାଭୁକ୍ତ କରିଛନ୍ତି । ସିବିଆଇ ପକ୍ଷରୁ ରାଜୀବ କୁମାରଙ୍କୁ ଜେରା ପାଇଁ ସମନ ପଠାଯାଇଥିବାରୁ ତାହା ଉପରେ ରୋକ ଲଗାଇବାକୁ ସେ ହାଇକୋର୍ଟରେ ଆବେଦନ କରିଥିଲେ ।

ଚିଟଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ରାଜ୍ୟ ପୁଲିସର ଏସ୍ଆଇଟିର ମୁଖ୍ୟ ଥିବା ଆଇପିଏସ୍ ରାଜୀବ କୁମାର ଅଭିଯୁକ୍ତଙ୍କ ବିରୋଧରେ ଥିବା ପ୍ରମାଣ ନଷ୍ଟ କରିଛନ୍ତି ବୋଲି ସିବିଆଇ କହିଛି।

ସାରଦା ଏବଂ ରୋଜ ଭ୍ୟାଲି ଦୁର୍ନୀତି ମାମଲାରେ କୋଲକାତା ପୁଲିସ୍ କମିସନର୍ ରାଜୀବ କୁମାରଙ୍କୁ ସିବିଆଇ ପଚରାଉଚରା କରିବାର ଉଦ୍ୟମ ପରେ ରବିବାର ସଂଧ୍ୟାରେ ମମତା ବାନାର୍ଜୀ ଏହାକୁ ବିରୋଧ କରି ‘ଧାରଣା’ରେ ବସିଥିଲେ।

By amfnews

Related Post