92 Views
ଅନୁଗୁଳ : ମାଟି ତଳେ ଆଠଦିନ ଓ ସାତ ରାତି । ହେଲେ ସୌଭାଗ୍ୟବଶତଃ ମରଣ ମୁହଁରୁ ବଞ୍ଚିଲେ ଝାଡଖଣ୍ଡର ଶ୍ରମିକ | ଅନୁଗୁଳ ଛେଣ୍ଡିପଦା ଅଂଚଳରୁ ଏଭଳି ଘଟଣା ସାମ୍ନାକୁ ଆସିଛି । ଏହି ଅଚଂଳକୁ କାମ କରିବାକୁ ଆସିଥିବା ଝାଡଖଣ୍ଡର ବରଜା ଶେଖ୍ ନାମକ ଶ୍ରମିକ ଗତ ୧୯ ତାରିଖରେ ଘରୁ ଶୌଚ ହେବାକୁ ଯାଇ ଆଉ ଫେରିନଥିଲେ । ଏକ ଛୋଟ ନାଳ ପାଖରୁ ଶୌଚ ହେବାକୁ ଯାଇ ବାଲିରେ ଫସିଯାଇଥିଲେ । ସଂପୃକ୍ତ ସ୍ଥାନକୁ ବରଜା ଶେଖ୍ ଜାଣିନଥିବାରୁ ଏଭଳି ଘଟଣା ଘଟିଥିଲା ।
ଆଠ ଦିନ ସାତ ରାତି ନଖାଇ ନପିଇ ବାଲିରେ ପୋତି ହୋଇ ରହିବା ପରେ ସେ ନୂଆ ଜୀବନ ପାଇଛନ୍ତି । ଏକ ଠିକା ସଂସ୍ଥା ଦ୍ୱାରା ଛେଣ୍ଡିପଦା ବ୍ଲକର ବିଭିନ୍ନ ଗାଁରେ ଚାଲିଥିବା ସ୍ୱଚ୍ଛ ଭାରତ ମିଶନରେ ଶୌଚାଳୟ ନିର୍ମାଣ ପାଇଁ ଅନ୍ୟ ସହଯାଗୀଙ୍କ ସହ ବରଜା ଶେଖ ଝାଡଖଣ୍ଡରୁ ଆସିଥିଲେ ।