Sun. Mar 8th, 2026

୮ ଗ୍ରାମ୍‌ ବ୍ରାଉନ ସୁଗାର ଜବତ, ଅଭିଯୁକ୍ତ ଗିରଫ

Arrested man in handcuffs with hands behind back
195 Views

ଭୁବନେଶ୍ବର: ମଞ୍ଚେଶ୍ବର ଥାନା ପୁଲିସ ଆଜି ୮ ଗ୍ରାମ୍‌ ଓଜନର ବ୍ରାଉନସୁଗାର ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ସେ ହେଉଛି ଭୋଟପଡ଼ାର ପ୍ରଦୀପ୍ତ ନାଏକ। ଆଜି ଭୋର୍‌ରୁ ସେ ଏହି ନିଶାଦ୍ରବ୍ୟ ଧରି ବିକ୍ରି କରିବା ପାଇଁ ଗ୍ରାହକ ଯୋଗାଡ଼ କରୁଥିବା ବେଳେ ପଳାସୁଣି ପାଖରୁ ତାକୁ ଗିରଫ କରାଯାଇଛି। ଏହି ଜବତ ନିଶାଦ୍ରବ୍ୟର ମୂଲ୍ୟ ୧୫ହଜାର ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ଅପରାହ୍ନରେ ତାକୁ କୋର୍ଟ ଚାଲାଣ କରାଯାଇଛି। ତେବେ ସେ କେଉଁଠୁ ନିଶାଦ୍ରବ୍ୟ ଆଣୁଥିଲା ସେ ନେଇ ପୁଲିସ ପାଖରେ ଖବର ନାହିଁ।

By amfnews

Related Post